ବଚପନ୍ ଓ ଏକାଡେମିକ ହାଇଟ୍ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ସମାରୋହ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ବିଷ୍ଣୁମୁଣ୍ଡା ସ୍ଥିତ ବଚପନ୍ ନଗର ଠାରେ ଏକାଡେମିକ୍ ହାଇଟ୍ସ ପବ୍ଲିକ୍ ସ୍କୁଲ୍ ଏବଂ ବଚପନ୍ ର ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇ ଯାଇଛି।

ଏକାଡେମିକ୍ ହାଇଟ୍ସ ପବ୍ଲିକ ସ୍କୁଲର ଏକାଡେମିକ୍ ନିର୍ଦ୍ଦେଶକ ପ୍ରଦୀପ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶିକା ଅର୍ଚ୍ଚନା ଶତପଥୀ, ନିର୍ଦ୍ଦେଶକ ଅଜିତ କୁମାର ଶତପଥି, ବଚପନ୍ ବିଦ୍ୟାଳୟର ଶିକ୍ଷୟତ୍ରୀ ରଶ୍ମିତା ହୋତା ଏବଂ ଏକାଡେମିକ୍ ହାଇଟ୍ସ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚପଳା ମିଶ୍ର ଉପସ୍ଥିତ ଥିଲେ। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜଗମୋହନ ନାଥ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ରଞ୍ଜିତା ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ ଏଵଂ ପ୍ରଧାନ ଶିକ୍ଷୟିତ୍ରୀ ଚପଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷୟିତ୍ରୀ ପ୍ରୀତିସୁଧା ମହାପାତ୍ର ତଥା ଛାତ୍ରୀ ଶ୍ରୀଶା ପଟ୍ଟନାୟକ ଓ ଛାତ୍ର ଜୁନୁରେନ୍ ହୁସେନ ଅଲି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ବିଷ୍ଣୁମୁଣ୍ଡା ଶ୍ରୀରାମ ମନ୍ଦିରରୁ ବିଦ୍ୟାଳୟର ଚାମ୍ପିଅନ ଇଶିକା ଅଗ୍ରୱାଲ ଏବଂ ନୀରବ ସାବତଙ୍କ ଦ୍ଵାରା ମଶାଲ ଆସିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ବିଜେତା ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଯୋଗାଭ୍ୟାସ, ପିରାମିଡ୍ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଅଭିଭାବକ – ଅଭିଭାବିକା କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.