ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଅନ୍ଧାର ରାତିରେ ଚାଲି ଚାଲି ଯାଉଥିବା ବେଳେ ମରଣାନ୍ତକ ଆକ୍ରମଣ ପୂର୍ବକ ଜନୈକ ବ୍ୟକ୍ତିଙ୍କ ଆଖି ତାଡି ନେଇଥିବା ପୀଡ଼ିତ ବ୍ୟକ୍ତି ନିଜ ବୟାନରେ ପ୍ରକାଶ କରିଛନ୍ତି । ଲୋଇସିଂହା ଥାନା ବୁଦେଲବାହାଲି ଗ୍ରାମର ଈଶ୍ୱର ଝାଙ୍କର ସୋମବାର ସନ୍ଧ୍ୟାରେ ଲୋଇସିଂହା ଠାରୁ ଚାଲି ଚାଲି ବୁର୍ଡ଼ା ଗ୍ରାମକୁ ଯାଉଥିଲେ । ସ୍ଥାନୀୟ ବ୍ରିଜ ନିକଟରେ ଦୁଇଜଣ ବାଇକ୍ ଆରୋହୀ ଆସି ତାଙ୍କୁ ମାଡ଼ି ବସିବା ସହିତ କୌଣସି ଧାରୁଆ ଅସ୍ତ୍ରରେ ଆଖି ତାଡି ଦେଇଥିବା ସେ ପ୍ରକାଶ କରିଛନ୍ତି । ଲୋଇସିଂହା ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବିଳମ୍ବିତ ରାତିରେ ଅତି ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।