ପାଶ୍ଚାତ୍ୟ ଜଗତର ପ୍ରସିଦ୍ଧ କଳାକୃତି ‘ଦ ଲାଷ୍ଟ୍ ସପ୍ପର୍’ 

ପ୍ରସିଦ୍ଧ ଇଟାଲୀୟ ଚିତ୍ରକର ଲିଓନାର୍ଡ଼ୋ ଦା ଭିନ୍‍ସିଙ୍କ ଦ୍ୱାରା ମିଲାନ ସହରର ସାନ୍ତା ମାରିଆ ଡେଲ୍ଲେ ଗ୍ରାଜି ଗୀର୍ଜାଘରର କାନ୍ଥରେ ଅଙ୍କିତ ଏକ ଚିତ୍ର ହେଉଛି ଦ ଲାଷ୍ଟ୍ ସପ୍ପର୍। ୧୪୯୫-୯୬ ମସିହାରେ ଏହି ଚିତ୍ରର ଅଙ୍କନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ। ମିଲାନର ରାଜା ଲୁଡୋଭିକୋ ଫୋର୍ଜାଙ୍କ ପୃଷ୍ଠପୋଷକତାରେ ଏହି ଚିତ୍ରଟି ପ୍ରତିଷ୍ଠିତ ହୋଇଥିଲା। ବାଇବେଲ ଧର୍ମଗ୍ରନ୍ଥର ଗସ୍ପେଲ୍ ଅଫ୍ ଜନ୍ ପୁସ୍ତକର ୧୩:୨୧ ଅଂଶରେ ଯୀଶୁଙ୍କୁ କୃଶବିଦ୍ଧ କରିବା ପୂର୍ବରୁ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଏକତ୍ର କରିଥିବା ଶେଷ ରାତ୍ରି ଭୋଜନର ଦୃଶ୍ୟ ବା କଥା ଏହି ଚିତ୍ରରେ ଦର୍ଶିତ। ଭୋଜନ ସମୟରେ ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ବୋଲି ଯୀଶୁଙ୍କ ଉଦଘୋଷଣା ଶୁଣି ଶିଷ୍ୟମାନଙ୍କ ଭାବର ପରିବର୍ତ୍ତନକୁ ଏହି ଚିତ୍ରରେ ଲିଓନାର୍ଡ଼ୋ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.