ପ୍ରଫେସର୍ ସଂଜୟ ଶତପଥୀଙ୍କୁ ଯୁବ ରେଡକ୍ରସ୍ ର ଶ୍ରଦ୍ଧାଞ୍ଜଳି

ସମସ୍ତଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ ସଂଜୟ ସାର୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ଆଜି ସକାଳେ ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ତାଙ୍କୁ ଜାଣିଥିବା ସମଗ୍ର କଳାହାଣ୍ଡି ଜିଲ୍ଲାର ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି। ସେ ପୂର୍ବରୁ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣାରେ ଅଧ୍ୟାପକ ଭାବରେ କାର୍ଯ୍ୟକରିଥିଲେ। ସେ ସେହି ସମୟରେ ଏନସିସିର ଭାରପ୍ରାପ୍ତ ଅଧିକାରୀ ଥିଲେ। ସେ ଜଣେ କବି, ଲେଖକ, ପ୍ରବଚକ, ଉଦଘୋଷକ, ସଂଗଠକ, ଗବେଷକ ଥିଲେ। ସେ ମେଳାପୀ, ମିଷ୍ଟଭାଷୀ, ଛାତ୍ରଉତ୍ସଳ ଥିଲେ ତେଣୁ ତାଙ୍କର ଅନେକ ଛାତ୍ରଛାତ୍ରୀ ଓ ଅନୁଗାମୀ ଥିଲେ। ବିଶ୍ବ ବିଦ୍ୟାଳୟର କୁଳପତି ହୋଇ ଆସିଲା ପରେ କଳାହାଣ୍ଡି ଯୁବ ରେଡକ୍ରସ୍ ବେଶ ଉତ୍କର୍ଷତା ଲାଭ କରିଥିଲା। ରକ୍ତଦାନରେ ଉଲ୍ଲେଖନୀୟ ସଫଳତା ଲାଭ କରିବା ସହିତ ଓ ପ୍ରାଥମିକ ଚିକିତ୍ସାର ଜ୍ଞାନ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ବିଶ୍ବ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ପ୍ରଦାନ ବ୍ୟବସ୍ଥା କରିଥିଲେ। ତାଙ୍କର ବିୟୋଗରେ କଳାହାଣ୍ଡି ଯୁବ ରେଡକ୍ରସ୍ ର ଆବାହକ ସଂପାଦକ ସଂଜିବ କୁମାର ସାହୁ, ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ାଙ୍କ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ପରାମର୍ଶଦାତାମାନେ ଗଭୀର ଶ୍ରଦ୍ଧାଂଜଳି ଜଣାଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.