ରୁପ୍ରାରୋଡରେ ନର୍ଲା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଡିସେମ୍ବର ୨୬ରେ ରାଜ୍ୟବ୍ୟାପି ବିଜୁ ଜନତା ଦଳ ପାଳନ କରିବ ତା’ର ୨୮ତମ ପ୍ରତିଷ୍ଠା ଦିବସ। ଏଥିପାଇଁ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ ଉଦ୍ଦୀପନା। ଏହି ପରିପ୍ରେକ୍ଷୀରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଡିସେମ୍ବର ୨୬ରେ ଏହି ଦିବସ ପାଳନ କରାଯିବ। ନର୍ଲା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ରୁପ୍ରାରୋଡ ଠାରେ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି। ଉକ୍ତ ସମାବେଶର ସଫଳତା ପାଇଁ ନର୍ଲା ବିଧାୟିକା ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ବୈଠକରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଜେଡ଼ି ନେତା ରୋମଞ୍ଚଳ ସାହୁ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରମ୍ ମାଝୀ, ଜିଲ୍ଲା ଛାତ୍ର ବିଜେଡି ଉପ ସଭାପତି ଗୋବିନ୍ଦ ତାଣ୍ଡି, ନର୍ଲା ବ୍ଲକ ଛାତ୍ର ବିଜେଡି ସଭାପତି ଘାସିରାମ ସାହୁ, ଭିମକେଲା  ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗୌଡ଼, ବାଗପୁର ସରପଞ୍ଚ ଗୋପାଳ ହାତୀ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇଙ୍କ ସମେତ ନିର୍ବାଚିତ ଲୋକପ୍ରତିନିଧି, ନର୍ଲା ବ୍ଲକ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଏବଂ କର୍ମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.