ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର କଲଭେରୀ ଚର୍ଚ୍ଚ ପକ୍ଷରୁ ଯୀଶୁ ଖ୍ରୀଷ୍ଟଙ୍କ ବଡ଼ଦିନ ପର୍ବ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ପୁରୁଷ ମହିଳା ସମସ୍ତେ ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ବର ଭାବରେ ପୂଜା କରନ୍ତି। ହୀରାପୁର କଲଭେରୀ ଚର୍ଚ୍ଚ ଠାରେ ଖ୍ରୀଷ୍ଟ ଧର୍ମ ପ୍ରଚାରକ ତଥା ପ୍ଳାଷ୍ଟର ଦୀନବନ୍ଧୁ ନାଏକ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଖଗପତି ନାଏକ, ମହେନ୍ଦ୍ର ନାଏକ, ସୁଶାନ୍ତ ଠାକୁର ତଥା ଗ୍ରାମର ଖ୍ରୀଷ୍ଟ ଧର୍ମାବଲାମ୍ବୀ ମାନେ ଚର୍ଚ୍ଚ ରେ ଉପସ୍ଥିତ ରହି ଏହି ଉତ୍ସବ ମହା ଆଡ଼ମ୍ବରରେ ପାଳନ କରିଥିଲେ।