ସର୍ବଭାରତୀୟ ଓପନ୍ କରାଟେ ପ୍ରତିଯୋଗିତା : ଭାଗ ନେବା ପାଇଁ ଭୁବନେଶ୍ବର ଗସ୍ତ କଲେ କଳାହାଣ୍ଡିର ୧୬ କରାଟେ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଅନୁଷ୍ଠିତ ହେଉଥିବା ୧୪ ତମ ସର୍ବଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୧୬ ଜଣ କରାଟେ ପ୍ରତିଯୋଗୀ ଆଜି ଭୁବନେଶ୍ବର ଗସ୍ତ କରିଛନ୍ତି। ସେମାନେ ହେଲେ ଜିଲ୍ଲାର ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର କରାଟେ ଛାତ୍ରଛାତ୍ରୀ। ଏହି ପ୍ରତିଯୋଗିମାନେ ସବଜୁନିୟର, କେଡ଼େଡ଼, ଜୁନିୟର ବିଭାଗର କାବ୍ୟଶ୍ରୀ ମହାପାତ୍ର, ସୋର୍ଣିମା ମହାପାତ୍ର, ଅଭିଲିପ୍ପା ପଲେଇ, ସୋୟଂମ ଓଡ଼ିଆ, ପୁଷ୍ପେନ୍ଦୁ ବିଶ୍ବାଳ,କୁସୁମପ୍ରଭା ମାଝୀ, ମୋହିତ ବେମାଲ, ହେମନ୍ତ ମଲ୍ଲିକ, ସୋନକ ସଭଦର୍ଶି ସାହୁ, ଆଶୀର୍ବାଦ ବାଡତିଆ, ସିଏଚ୍ ସାଇ ସ୍ୱାଶତ, ଅର୍ପିତା ବାଡତିଆ, ଲୋକେଶ କୁମାର ବିଶ୍ଵାଳ, ହିତେଶ କୁମାର ମହାଖୁଡ଼, କିରନ ବେମାଲ, ଗଙ୍ଗାଧର ମଲ୍ଲିକ ରହିଛନ୍ତି। କଳାହାଣ୍ଡି ଜିଲ୍ଲା ଉତ୍କଳ କରାଟେ ସ୍କୁଲ ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ଶାଖା ପକ୍ଷରୁ ପରିଚାଳିତ କରାଟେ ପ୍ରଶିକ୍ଷଣ ଶିବିରରେ ଏହି ପ୍ରତିଯୋଗିମାନେ ତାଲିମ ପ୍ରାପ୍ତ କରିଥିବା ବେଳେ ଲାଞ୍ଜିଗଡ଼ କରାଟେ କୋଚ୍ ସନପାଇ କ୍ଷମାନିଧୂ ମହାଖୁଡ଼ଙ୍କ ନେତୃତ୍ବରେ ଏହି ଖେଳାଳି ମାନେ ଆଜି ଭୁବନେଶ୍ୱର ଗସ୍ତ କରି ଏହି ସର୍ଭ ଭାରତୀୟ ଓପନ୍ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିମାନଙ୍କୁ ବେଦାନ୍ତ ଆଲୁମିନା ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ସିଏସଆର ମୁଖ୍ୟ ଶିଶିର ତରଫଦାର, ଅଭିନଭ ପ୍ରତାପଙ୍କ ସମେତ ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିମାନଙ୍କୁ ସମ୍ବଦ୍ଧନା ଜ୍ଞାପନ କରିବା ସହିତ ତାଙ୍କ ସଫଳତା କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.