ଭାଙ୍ଗିଲା ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଓଡିଶା ଶିକ୍ଷା ଅଧିନିୟମ 1969 ର ଉପଧାରା (6) ର ଧରା( 7)ବିଭାଗ ଅଧୀନ ରେ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି ମହାବିଦ୍ୟାଳୟର ପରିଚାଳନା ପରିଷଦ ତଥା କମିଟିକୁ ଭାଙ୍ଗି ଦିଆଯାଇଛି | ସ୍ବୟଂଶାସିତ ମହାବିଦ୍ୟାଳୟ, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା କଲେଜ ଏବଂ ପରିଚାଳନା ପରିଷଦକୁ ନେଇ ମାମଲା ଥିବା କଲେଜଗୁଡ଼ିକ ଏଥିରୁ ବାଦ୍ ପଡ଼ିବେ । ଜିଲ୍ଲା ମୁଖ୍ୟାଳୟ ରେ ଥିବା କଲେଜ ର ପରି ଚାଳନା ପରିଷଦ ତଥା କମିଟିର ଅସ୍ଥାୟୀ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ରହିବେ | ଯଦି କୌଣସି ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେହି କ୍ଷେତ୍ରରେ ଜିଲ୍ଲାପାଳ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଭାପତି ଭାବେ ଚୟନ କରି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ଅବଗତ କରାଇବେ । ଯେଉଁ କଲେଜଗୁଡ଼ିକ ଜିଲ୍ଲା ମୁଖ୍ୟାଳୟ ବାହାରେ ରହିଥିବ ସେଠାରେ ଉପଜିଲ୍ଲାପାଳ ସଭାପତି ଭାବେ ରହିବେ । ତିନି ମାସ ମଧ୍ୟରେ କଲେଜ ଗୁଡ଼ିକରେ ନୂଆ କମିଟି ଗଠନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏହି ନିୟମ ଅନୁସାରେ ପୁରୁଷୋତ୍ତମପୁର ସହର ରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ର ପରିଚାଳନା ପରିଷଦ କମିଟି ଭାଙ୍ଗି ଯାଇଛି | ଯାହା ଫଳରେ ଏହି କଲେଜ ର ପରିଚାଳନା ସଭାପତି ଓ କମିଟି ନିଷ୍କ୍ରିୟ ହୋଇଯାଇଛି ଓ ଛତ୍ରପୁର ଉପଜିଲ୍ଲାପାଳ ଏହାର ସଭାପତି ଦାୟିତ୍ୱରେ ରହିବେ, ନୂତନ କମିଟି ଗଠନ ହେବା ଯାଏଁ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.