ଏବିସିଏସ ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାସ୍ଥିତ ଏବିସିଏସ ମାଧ୍ୟମିକ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତପନ କୁମାର ପଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ରୋହିତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଈଶ୍ୱର ଚନ୍ଦ୍ର ସାହୁ, ତ୍ରିନାଥ ଷଣ୍ଢ, ଦୀନବନ୍ଧୁ ଗୌଡ଼ ପ୍ରମୁଖ ଯୋଗ ଦେଇ ସ୍କୁଲର ବିକାଶ ସାଧନ ପାଇଁ ମତବ୍ୟକ୍ତ କରିଥିଲେ। ସ୍କୁଲର ମୁଖ୍ୟ ପରିଚାଳକ ତଥା ତତ୍ତ୍ୱାବଧାରକ ଡ. ସୁରେଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍କୁଲର ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତନୁ ବାଗ, ଫାଲଗୁନୀ ନାଏକ, ଅଞ୍ଜୁ ବେହେରା, ପୁଷ୍ପାଞ୍ଜଳି ଦୋରା, ଲିପ୍ସାରାଣୀ ମହାପାତ୍ର, ନିକିତା ସିଂ, ସ୍ନିଗ୍ଧାରାଣୀ ପଟେଲ, ହିମାଦ୍ରୀ ନାଏକ, ପାର୍ଥବ ବାଗଙ୍କ ସମେତ ସ୍କୁଲର କର୍ମଚାରୀ ହରେକୃଷ୍ଣ ନାଏକ, କହ୍ନେଇ ରାଉତ, ବୈଶାଖୁ ନାଗ, ଉର୍ମିଳା ଦୁର୍ଗା, ଗୌରୀ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପବିତ୍ର ସାହୁ, କିରଣ ସୁନା ସଭା ପରିଚାଳନା କରିଥିବାବେଳେ ସମୀର ମହାନନ୍ଦ ଓ ତ୍ରିଶା ବାଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.