ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ସଭାପତି ବିଜୟ ନାଏକଙ୍କ ଅଧ୍ୟକ୍ଷତାରେ ସତ୍ୟାଗ୍ରହ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ ଗୁରୁମନ୍ତ୍ର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥପୁର ପଞ୍ଚାୟତ ସମିତି ସଭ୍ୟ ପ୍ରଦିପ ମାଝୀ, ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଗଣେଶ ବେହେରା, ଦୁଇ ନମ୍ବର ଜୋନ ମହିଳା ସଭାପତି ଶାନ୍ତି ହରିଜନ, ଡକା ମାଝୀ, ସଦାଶିବ ନାଏକ, ସୁରେନ୍ଦ୍ର ମାଝୀ, ମାଧୁରୀ ଦୁର୍ଗା, ଗୋପାଳ ଦାସ ମହାନନ୍ଦ, ଲାଞ୍ଜିଗଡ ପଞ୍ଚାୟତ କଂଗ୍ରେସ କମିଟି ସଭାପତି କ୍ଷୀତ ହରିଜନ, କୁମର ମଣି ନାଏକ ସମେତ ୨୬ଗୋଟି ପଞ୍ଚାୟତର କଂଗ୍ରେସ କର୍ମକର୍ତ୍ତା ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।