ଜାନୁଆରୀ ୧ ରୁ ୩ ପର୍ଯ୍ୟନ୍ତ ହେବ ପଏଁରୀର ରୌପ୍ୟ ଜୟନ୍ତୀ ଉତ୍ସବ-୨୦୨୫

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ତିହାରର ରୌପ୍ୟ ଜୟନ୍ତୀ ଅବସରରେ ଅନୁଷ୍ଠାନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଚଳିତ ବର୍ଷ ପଏଁରୀ ତିହାରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠାନ ତାର ସିଲଭର ଜୁବଲି ମହା ସମାରୋହରେ ପାଳିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥି ପାଇଁ ସୋନପୁର ପୁରୁଣା ଟାଉନହଲ ଠାରେ ଚାଲିଛି ସଜବାଜ। ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଜିର ସାମ୍ୱାଦିକ ସମ୍ମିଳନୀ ରେ ଅନୁଷ୍ଠାନର ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପସଭାପତି ପ୍ରଫୁଲ୍ଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ତେଵେ ଆସନ୍ତା ୧ରୁ ୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ତିହାର ରେ ପ୍ରତ୍ୟେକ ସନ୍ଧ୍ୟାରେ ସ୍ଥାନୀୟ ତଥା ରାଜ୍ୟର ପ୍ରତିଷ୍ଠିତ ନେତା, ପ୍ରସାଶନିକ ଅଧିକାରୀ, ବରିଷ୍ଠ କଳାକାର ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୧ ତାରିଖ ନୂଆଁ ବର୍ଷ ର ପ୍ରଥମ ଦିନ ସକାଳ ୯ଟା ରୁ ସୁବର୍ଣ୍ଣପୁର ର ଇଷ୍ଟଦେଵୀ ମା ସୁରେଶ୍ୱରୀ ଙ୍କ ପୂଜାର୍ଚନା ପରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ପୁରୁଣା ଟାଉନହଲ ପଡିଆରେ ପହଞ୍ଚିବା ପରେ ବରିଷ୍ଠ କଳାକାର ଶ୍ରୀ କରମଚାନ୍ଦ ମହାନ୍ତିଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ଉଦଘାଟନ କରାଯିବ। ପରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା କଳାକାରଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସନ୍ଧ୍ୟାରେ ଅତିଥିଙ୍କ ଦ୍ବାରା ରୌପ୍ୟ ଜୟନ୍ତୀର ସ୍ମରଣିକା ଉନ୍ମୋଚନ କରାଯିବା ସହ ତିନି ଦିନ ବ୍ୟାପି ପ୍ରତ୍ୟେକ ସନ୍ଧ୍ୟାରେ ଲୋକ ଗୀତ ସହ ଓଡିଶା ତଥା ବାହାର ରାଜ୍ୟର ଆସିଥିବା ସାଂସ୍କୃତିକ ଦଳ କଳାକାରଙ୍କ ଦ୍ୱାରା ଲୋକ ନୃତ୍ୟ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଚଳିତ ବର୍ଷ ଦଣ୍ଡ କଳାକାର ସନାତନ ରଣବିଡାଙ୍କୁ କୁନ୍ଦୁରୁ କୁଶଳ ସ୍ମୃତି ସମ୍ମାନ, କଣ୍ଠଶିଳ୍ପୀ ସୁଜାତା ଗିରିଙ୍କୁ ବୃନ୍ଦାବନ ନାଏକ ସ୍ମୁତି ସମ୍ମାନ, ବାଦ୍ୟକାର ଗଙ୍ଗାଧର ଗରଡ଼ିଆଙ୍କୁ ପୁରନ୍ଦର ବାରିକ ସ୍ମୁତି ସମ୍ମାନ ସହ ବୌଦ୍ଧ ଜିଲ୍ଲାର ଗୁପ୍ତେଶ୍ୱର ଖେତୀଙ୍କୁ ପଏଁରୀ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ ଓ ଜିଲ୍ଲାର ବିଭନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସମ୍ପାଦକ ଚୌଧୁରୀ ବିଭାର ସମ୍ମିଳନୀରେ ସୂଚନା ଦେଇଛନ୍ତି। ପଏଁରୀ କୁ ସାରା ଭାରତରେ ପରିଚିତ କରାଇବାରେ ଓ ଆଜି ରୋପ୍ୟ ଜୟନ୍ତୀ ପାଳନ କରିବାରେ ସମସ୍ତ ଗଣ ମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ଵ ପୂର୍ଣ୍ଣ ଅଟେ ବୋଲି କହିବା ସହ ଶ୍ରୀ ଚୌଧୁରୀ କୃତଜ୍ଞତା ଜଣାଇଥିଲେ। ସଭାକୁ ଅନୁଷ୍ଠାନର କୋଷାଧ୍ୟକ୍ଷ ସୁଶାନ୍ତ ସାହୁ ସଂଯୋଜନା କରିଥିବା ବେଳେ ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସହ ସମ୍ପାଦକ ପୃଥ୍ୱୀରାଜ ବାଘ, ସନ୍ତୋଷ ମିଶ୍ର, ସଞ୍ଜୟ ସାହୁ, ଗୋପାଳ ମେହେର, ସୌମ୍ୟ ରଞ୍ଜନ ସେଠୀ, ସଭ୍ୟ ଅମିତ ସାହୁ, ଲଳିତ ମେହେର, ଅଭିଷେକ ମେହେର, ସୁରଜ ମେହେର, ରୋଶନ ସାହୁ, ରାଘବ ସୁନା ପ୍ରମୁଖଙ୍କ ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ବିଭିନ୍ନ ସଂସ୍ଥା ରୁ ୩୦ ରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଏଠାରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.