ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆସନ୍ତା ୨୦୨୫ ଜାନୁଆରୀ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୁଢାରଜା ମହୋତ୍ସବ। ଏନେଇ ସୂଚନା ଦେଇଛନ୍ତି କୁମାରଗୁଡା ବୁଢାରଜା ମହୋତ୍ସବ କମିଟିର ସଭାପତି ରାମଚନ୍ଦ୍ର ମାଝୀ। ମହୋତ୍ସବ ପ୍ରାରମ୍ଭରେ ଶ୍ରୀଶ୍ରୀ ବୁଢାରଜାଙ୍କ କଳସ ଯାତ୍ରା ଆରମ୍ଭ ହେବ। ସନ୍ଧ୍ୟା ୬ରେ ମଞ୍ଚ ପୂଜା ହେବ। ବୁଢାରଜା ମହୋତ୍ସବ କଳସ ଯାତ୍ରା ସ୍ଥାନୀୟ ସରପଞ୍ଚ ପଦ୍ମିନୀ ମାଝୀ ଉଦଘାଟନ କରିବେ। ଏଥିରେ ମୁଖ୍ୟ ଅତିଥି ଭାବେ ମାଁ ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ସୁବାସ ନାଏକ, ଚାଞ୍ଚେର ମାଝୀ ପ୍ରମୁଖ ଯୋଗଦେବେ। ୦୩ ରୁ ୦୯ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧ଟା ପର୍ଯ୍ୟନ୍ତ ବୁଢାରଜା ମହୋତ୍ସବ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବିଶେଷ ଆକର୍ଷଣ ମିନାବଜାର, ରାମ ଦୋଳି ସହ ବଛାବଛା କଳାକାରଙ୍କ ସମେତ ଏହି ମଞ୍ଚରେ ସୁପର ଷ୍ଟାର ବାବୁସାନ ଯୋଗଦେବେ।