୧୯୯୫ ମ୍ୟାଟ୍ରିକ ବ୍ୟାଚ ସହପାଠୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ହାଇସ୍କୁଲ ଖେଳପଡ଼ିଆରେ ଟିକ୍ରାପଡ଼ା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୫ ମସିହାର ମାଟ୍ରିକ ଶ୍ରେଣୀ ସହପାଠୀଙ୍କ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି। ଅଜିତ ସିଂହଦେଓ ସଭା ସଂଯୋଜନା କରିଥିଲେ। ବିଭୁତିଭୂଷଣ ବଗର୍ତ୍ତୀ, ନାରାୟଣ ପଣ୍ଡା, ଯୋଗେଶ୍ୱର ମେହେର, ଚନ୍ଦ୍ରମଣି ସିଂଦେଓ, ଜୟଶଙ୍କର ସାହୁ, ଘନଶ୍ୟାମ ପୋଢ଼ ପ୍ରମୁଖ ଶିକ୍ଷକଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷକବୃନ୍ଦ ଶିକ୍ଷାଦାନ ସମୟର ସ୍ମୃତିଚାରଣ କରି ଭାବବିହ୍ଵଳ ହେବା ସହ ସମ୍ମିଳନୀ ଆୟୋଜନର ପ୍ରଶଂସା କରିଥିଲେ। ଇନ୍ଦ୍ରଜିତ ରାଜପଲିଆ, ବୀରେନ୍ଦ୍ର ପଣ୍ଡା, ଅଦୀପ ପାତ୍ର, ଅର୍ଜୁନ ଭଞ୍ଜ, ନରହରି ଜାଲ, ଅନନ୍ତ କାଲସାଏ, ରିଜୱାନା ବେଗମ, ରଞ୍ଜିତା ଦାଶ, ରଶ୍ମିତା ପାତ୍ର, ପ୍ରମୁଖ ଘନଶ୍ୟାମ, ଗୋକୁଳ,ସୁଲୋଚନା ବନଛୋର, ମାମୀ ପାଠୀ, ଅଜନ୍ତା ରାଜପଲିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସନ୍ତୋଷ ନାଏକ, ପୂର୍ଣ୍ଣ ବଗର୍ତ୍ତୀ, ଗୋକୁଳାନନ୍ଦ ବାରିକ, ହାଡୁ ବାଗ, କାର୍ତ୍ତିକ ଶବର, ପ୍ରସନ୍ନ ଦେଓ, ବିନାୟକ ରାଜପଲିଆ, ରାମ ରାଜପଲିଆ, ସଞ୍ଜୟ ବାଗ, ରମାବଲ୍ଲଭ ପଟ୍ଟନାୟକ ପ୍ରମୁଖଙ୍କ ସମେତ ପରିବାରଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତରୁଣ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.