ବାଲିଆ କାଳୀ କମିଟି ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଶିବିର: ୭୫ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅନ୍ତର୍ଗତ ବାଗ୍ ଦେବୀ ମନ୍ଦିର ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନ ମନ୍ତ୍ରୀ ଯୋଗଜନ୍ମା ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରି ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକି ଉପଲକ୍ଷେ ବାଲିଆ କାଳୀ କମିଟି ଅନୁଷ୍ଠାନ ପକ୍ଷରୁ ସେଚ୍ଛାସେବି ସଂଘଠନ ସଭାପତି ଦେବାଶିଷ ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ଗୋପାଳପୁର ନିର୍ବାଚମଣ୍ଡଳୀରୁ ଯୁବ ବିଜେପି ନେତା ବିଭୂତି ବିଷୋୟୀ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ତଥା ସାମ୍ୱାଦିକ ଭାସ୍କର ବେହେରା, ପୂର୍ବତନ ସରପଞ୍ଚ କୈଳାସ ଗୌଡ଼, ପୂର୍ବତନ ସମିତିସଭ୍ୟ ରବି ବେହେରା, ଅଛୁଲି ମଣ୍ଡଳ ସଭାପତି ମାନସ ରଞ୍ଜନ ଗୌଡ଼, ଦୀପିକା ପାଣି ଯୋଗ ଦେଇ ଶିବିରକୁ ଉତ୍ସାହିତ କରିଥିଲେ । ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିରରେ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ବ୍ରହ୍ମପୁର ରକ୍ତ ଭଣ୍ଡାର ଡକ୍ଟର ଚିନ୍ମୟ ଚରଣ ସ୍ୱାଇଁ ଙ୍କ ସହ ବିଭାଗୀୟ କର୍ମଚାରି ମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । କାଳୀ କମିଟି ଓ ବିଜେପି ଯୁବ ମୋର୍ଚ୍ଚା ର କର୍ମକର୍ତ୍ତା ସୂର୍ଯ୍ୟନାରାୟଣ ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ପ୍ରଭାକର ଆଚାର୍ଯ୍ୟ, ଜିତେନ୍ଦ୍ର ସେଠି, ହରେକୃଷ୍ଣ ବେହେରା, ଗୋବିନ୍ଦ ଦାଶ, ଆଲୋକ ବେହେରାଙ୍କ ସହ ବହୁ ଉତ୍ସାହି ଯୁବ ସହଯୋଗୀ ମାନେ ସହଯୋଗ କରି ଶିବିରକୁ ସଫଳ କରାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.