ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁରରେ ୨୧ତମ ଚାମ୍ପିଅନ ଟ୍ରଫି ଉଦଯାପିତ ହୋଇଯାଇଛି। ଏଥିରେ ୮ ଟି ଦଳ ନ୍ୟୁ ଟିମ, ଆଦିବାସୀ କ୍ଳବ, ଶାନ୍ତି ନିକେତନ, ୟଙ୍ଗ ଷ୍ଟାର, କାରଗିଲ, ଇଲେଭେନ ଷ୍ଟାର, ଲଭଲି, ଯବାନ ପ୍ରମୁଖ ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ଖେଳ ଇଲେଭେନ ଷ୍ଟାର ଏବଂ ଶାନ୍ତି ନିକେତନ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଶାନ୍ତି ନିକେତନ ଦଳ ପ୍ରଥମେ ବେଟିଂ କରି ୧୦ ଓଭରରେ ୮୫ ରନ କରିଥିଲେ। ପ୍ରତି ବଦଳରେ ଇଲେଭେନ୍ ଷ୍ଟାର ଦଳ ୬୫ ରନ କରିଥିଲେ। ଶାନ୍ତି ନିକେତନ ଦଳ ଇଲେଭେନ ଷ୍ଟାରକୁ ୨୫ ରନରେ ହରାଇ ଚାମ୍ପିଅନ ହୋଇଥିଲେ। ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ସାହୁ ଯୋଗଦେଇ ବିଜେତା ଉପ ବିଜେତା ଦଳକୁ ନଗଦ ଅର୍ଥ ରାଶି ସହ ପୁରସ୍କୃତ କରିଥିଲେ।