ପିତା ମାତାଙ୍କ ଦେହାନ୍ତ ପରେ ଦୁଇ ଶିଶୁ ବେସାହାରା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକ ମାଟିଗାଁ ର ମାଧବ ପ୍ରଧାନୀ ଓ ପ୍ରିୟଙ୍କା ପ୍ରଧାନୀ ପିତା ମାତାଙ୍କ ଦେହାନ୍ତ ପରେ ବେସାହାରା ହୋଇ ପଡିଛନ୍ତି। ଗତ ତିନି ବର୍ଷ ତଳେ ତାଙ୍କ ମା ତ୍ରିଫଳା ପ୍ରଧାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସ ୫ ତାରିଖ ଦିନ ତାଙ୍କ ବାପା ମଦନ ପ୍ରଧାନୀ ଆରପାରିକୁ ଚାଲି ଯାଇଛନ୍ତି। ଦୁଇଜଣ ଶିଶୁ ବୃଦ୍ଧା ଆଈଙ୍କ ପାଖରେ ଆଶ୍ରୟ ନେଇଛନ୍ତି। ବୃଦ୍ଧା ଜଣକ ମଧ୍ୟ ବହୁତ କଷ୍ଟ ରେ ଦୁଇ ଶିଶୁ ଙ୍କୁ ଲାଳନ ପାଳନ କରୁଛନ୍ତି। ପୂର୍ବରୁ ଇନ୍ଦିରା ଆବାସ ଘର ଟିଏ ମିଳିଥିଲା ହେଲେ ତାହା ମଧ୍ୟ ଠିକାଦାର ଅଧାରୁ ଛାଡି ଦେଇଛନ୍ତି। ଏହି ସମସ୍ୟା ବିଷୟରେ ଜାଣିବା ପରେ ଆଜି ସ୍ବେଛାସେବୀ ଯଶୋବନ୍ତ ରଣା ଓ ଧୀରେନ୍ଦ୍ର ସୁନାନୀ ଦୁଇ ଶିଶୁଙ୍କ ଘରକୁ ଯାଇ ସେମାନଙ୍କ ସମସ୍ୟା ବିଷୟରେ ବୁଝିଥିଲେ। ଦୁଇଜଣ ଶିଶୁ ଙ୍କୁ ବହୁତ କଷ୍ଟ ରେ ଲାଳନ ପାଳନ କରୁଛନ୍ତି ବୋଲି ଲୁହଭରା କଣ୍ଠ ରେ ଜେଜେମା କହିଥିଲେ। ରାସନ କାର୍ଡ ରେ ମିଳୁଥିବା ଚାଉଳ ମଧ୍ୟ ସମୁଦ୍ର କୁ ଶଙ୍ଖେ ବୋଲି କାନ୍ଦି କାନ୍ଦି କହିଥିଲେ। ଏହି ସମସ୍ୟା କୁ ଦୃଷ୍ଟି ରେ ରଖି ଦୁଇଜଣ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ବେଛାସେବୀ ଯଶୋବନ୍ତ ରଣା। ଦୁଇ ଶିଶୁଙ୍କୁ ଶୀଘ୍ର ଥଇଥାନ କରିବାକୁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.