ଧୁମାଭଟା କଲେଜର ବାର୍ଷିକ କ୍ରୀଡ଼ା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଧୁମାଭଟା ଗ୍ରାମ ସ୍ଥିତ ବୀଣାପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି। କ୍ରୀଡ଼ା ଶିକ୍ଷକ ଥବିର କଠାର, ସତ୍ୟନାରାୟଣ ବନଛୋର ପ୍ରତିଯୋଗିତା ପରିଚାଳନା କରିଥିଲେ। ବାଳିକା ବିଭାଗରେ ମାନସୀ ରାଉତ ଓ ବାଳକ ବିଭାଗରେ ମୋହନ ଛତ୍ରିଆ ଚମ୍ପିୟାନ ହୋଇଛନ୍ତି। କଲେଜ ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗଙ୍କ ସଭାପତିତ୍ବ ଏବଂ ଅଧ୍ୟାପକ ସତ୍ୟନାରାୟଣ ବଗର୍ତ୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅବସରପ୍ରାପ୍ତ ଅଧ୍ୟାପକ ଅରୁଣ ବୁଡ଼େକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଅଧ୍ୟାପକ ଜୟକିଶୋର ସାହୁ, ମୁକେଶ ସାହୁ, ବାସୁଦେବ ଛତ୍ରିଆ, ଶୋଭାକର ସାହୁ, ମମତା ସେନାପତି, ବିଶ୍ୱରାମ ମଲ୍ଲିକ ମଞ୍ଚାସିନ ଥିଲେ। ସୁଧୀର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଦେବେନ୍ଦ୍ର ମେହେର, ସୁବ୍ରତ ନନ୍ଦ, ସ୍ୱରାଜ ବାଗ, ନରୋତ୍ତମ ପାଣିଗ୍ରାହୀ, ଶିବାନନ୍ଦ ଥନାପତି, ସରୋଜ ଯୋଶୀ, ଯଶୋବନ୍ତ ମେନା, ଲମ୍ବୋଦର ନାଏକ, ଅଧ୍ୟାପିକା ଶର୍ମିଷ୍ଠା ବାଗ, କୁମୁଦିନୀ ସୁନା, ଦୀପିକା ମେହେର, ନମିତା ପଧାନ, ଗୀତାଞ୍ଜଳି ହୋତା ଓ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.