ଜାନୁଆରୀ ୬ ରୁ ସୃଜନ ନାଗ ଫୁଟବଲ୍

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ରୟାଲ ପଡିଆ ଠାରେ ୧୨ତମ ସୁଜନ ନାଗ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ଏନେଇ ଆଜି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ସବିଶେଷ ସୂଚନା ଦିଆଯାଇଥିଲା। ଏଥିରେ ସଭାପତି ଜନ୍ମେଜୟ ନାଗ, ସାମାଜିକ କର୍ମୀ ଅରବିନ୍ଦ ବାରିକ ଯୋଗଦେଇ ଫୁଟବଲ ଟୁର୍ଣ୍ଣମେଣ୍ଟ ଆୟୋଜନ ବିଷୟରେ ସବିଶେଷ ସୂଚନା ଦେଇଥିବା ବେଳେ ରାଜୀବ ପଟ୍ଟନାୟକ, ସଂଜୀବ ମହାରଣା, ରମଣ ପଧାନ, ଅମିତ ସାହୁ, ସିରିଶ ଦାସ, ସନ୍ତୋଷ କୁମାର ପୂଝରୀ, ଜ‌ୟ କୁମାର ସା, ନିଶାନ ମହାନ୍ତି, ହରି ଶଙ୍କର ଚୌଧରୀ, ଶ୍ରୀରାମ ସୁନା, ଈଶ୍ଵର ମେହେର, ବିକ୍ରମ ନାଏକ, ଗଜାନନ ବନଛୋର, ଆଶିଷ ସାହୁ, ଗୌତମ ପାତ୍ର, ଲୋକନାଥ ରଥ ଏବଂ ଅନିଲ ଭାଇନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକାଡେମୀ ତରଫରୁ ସୋନପୁର ଏବଂ ତରଭାର ରିଜୁଲ ଦଳ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସୁଦାମ ଜଗଦଲା, ପ୍ରଶାନ୍ତ ସେଠୀ, ସୁମନ୍ତ ରାଉତ ଖେଳ ପରିଚାଳନା କରିଥିବା ବେଳେ ମ୍ୟାଚ କମିସନର ଭାବରେ ସୁରଟି ଦୀପ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.