ଭାରତରେ ପ୍ରଚଳିତ କ୍ୟାଲେଣ୍ଡର ଓ ସମ୍ବତ

ଭାରତରେ ଏକାଧିକ କ୍ୟାଲେଣ୍ଡର ରହିଛି। ଏବେ ଦେଶରେ ବିକ୍ରମ ସମ୍ବତ, ଶାକ ସମ୍ବତ, ହିଜରୀ ସମ୍ବତ, ଫସଲି ସମ୍ବତ, ବାଂଲା ସମ୍ବତ, ବୌଦ୍ଧ ସମ୍ବତ, ଜୈନ ସମ୍ବତ, ଖାଲ୍‍ସା ସମ୍ବତ, ତାମିଲ ସମ୍ବତ, ମାଲୟାଲମ ସମ୍ବତ, ତେଲଗୁ ସମ୍ବତ ଆଦି ପ୍ରଚଳିତ। ଏକ ଆକଳନ ଅନୁସାରେ କେବଳ ଭାରତରେ ୫୦ରୁ ଊର୍ଦ୍ଧ୍ବ କ୍ୟାଲେଣ୍ଡର ରହିଛି ଏବଂ ଏସବୁରେ ନୂଆବର୍ଷ ପାଳନର ତିଥି ଅଲଗା। ତେବେ ଦେଶରେ ବିକ୍ରମ ସମ୍ବତ ଏବଂ ଶାକ ସମ୍ବତ ବେଶୀ ପ୍ରଚଳିତ। ସମ୍ରାଟ ବିକ୍ରମାଦିତ୍ୟ ଶାକମାନଙ୍କୁ ପରାଜିତ କରିବା ପରେ ଖ୍ରୀ.ପୂ. ୫୭ରୁ ବିକ୍ରମ ସମ୍ବତ ଆରମ୍ଭ କରିଥିଲେ ଏବଂ ଶାକ ସମ୍ରାଟ କନିଷ୍କ ୭୮ଖ୍ରୀ.ରେ ଶାକ ସମ୍ବତ ବା ଶାଳିବାହନ ଶାକ ସମ୍ବତ ଆରମ୍ଭ କରିଥିଲେ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଚୈତ୍ରମାସ ଶୁକ୍ଳ ପ୍ରତିପଦା ତିଥିକୁ ନୂଆବର୍ଷ ଭାବେ ଗ୍ରହଣ କରାଯାଇଛି। ବିକ୍ରମ ସମ୍ବତ ଏହି ଦିନରୁ ଆରମ୍ଭ ହୁଏ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.