ଇନ୍ଦିରା ନଗରରେ ମାଗଣା ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର

ଓଡିଆ ବାର୍ତ୍ତା/ ବଲାଙ୍ଗିର (ମୁନ୍ନା ଗୈାଡ): ଆଜି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଶାସ୍ତ୍ରୀ ନଗର ପକ୍ଷରୁ ଇନ୍ଦିରା ନଗର ଠାରେ ସ୍ଥାନୀୟ ଯୁବ ସ୍ବେଛାସେବୀ ମାନଙ୍କ ସହାୟତାରେ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ଆଜି ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ସର୍ବମୋଟ ୧୫୫ରୁ ଉର୍ଦ୍ଧ ବିଭିନ୍ନ ବର୍ଗର ରୋଗୀ ଯଥା ଉଚ୍ଚ ରକ୍ତ ଚାପ, ମଧୁମେହ, ଓରାଲ କେନସର, ଥାଇରଡ଼ ଜନିତ ରୋଗର ଚିକିତ୍ସା ଓ ପରାମର୍ଶ ଇତ୍ୟାଦିର ସୁବିଧା ପାଇଥିଲେ। ରୋଗୀ ମାନେ ନିଜ ଚିକିତ୍ସା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ବେଳେ ଏଭଳି ଉନ୍ନତ ମାନର ସ୍ୱାସ୍ଥ୍ୟ ଶିବିର କ୍ରମାଗତ କରିବା ପାଇଁ ସ୍ଥାନୀୟ ସ୍ବେଛାସେବୀ ମାନେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବଲାଙ୍ଗିର ଜିଲ୍ଲା ମୁଖ୍ୟକୁ ଅନୁରୋଧ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଦାଇତ୍ୱରେ ଥିବା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତିଙ୍କ ପରାମର୍ଶ କ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟାନେଜର (APM) ଶ୍ରୀ ରାମାନୁଜ ପଣ୍ଡା, ନେସନାଲ ପିସ ୟୁନିସନ ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦ୍ଦେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ, ସମାଜସେଵୀ ସଞ୍ଜୟ ଶେଖର ଦେଓ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା ସତ୍ୟ ନାରାୟଣ ସାହୁ, ଡ଼ା ଅଙ୍କିତ ପଣ୍ଡା, ଏହି ଶିବିର କୁ ଏକ ସଫଳ ଚିକିତ୍ସା ଶିବିର ବୋଲି ବର୍ଣନା କରିଥିବା ବେଳେ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ବିଷୟ ବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ।

ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ପୌର ପାଳିକା ଉପଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ ଯୋଗଦାନ ଓ ପରିଦର୍ଶନ କରିଥିଲେ ଏହି ସ୍ୱାସ୍ଥ୍ୟ ଶିବିର ରେ ଇପ୍ସିତା ମହାନ୍ତି (ଫିଜିଓଥରାପିଷ୍ଟ) ନମ୍ରତା ମିଶ୍ର (ନିଉଟ୍ରିସନାଲିଷ୍ଟ ) ଖୁସିରାମ ସୁନା, ରୋନି ବଗର୍ତି, ସୋନାଲି କୁମାର, ମୋନିକା ନନ୍ଦ, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ବିହାରି ପଟେଲ, ଦୀପାଞ୍ଜଳି ଖମାରି ଆଶା ଦିଦି, ମଣିଭଦ୍ର ବେହେରା ପ୍ରମୁଖ ସଭ୍ୟ ସଭ୍ୟା ଯୋଗଦାନ କରି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରାଇଥିବା ବେଳେ ସାମାଜିକ ସଭ୍ୟଗଣ ଓ ଅନ୍ୟ ସ୍ଥାନୀୟ ଯୁବକ ସଂଘ ସଭ୍ୟ ସଭ୍ୟା ଗଣ ରାଧେଶ୍ୟାମ ବିଶି, ଶ୍ରୀ ଚମ୍ପେ ଦୋରା, ଦେବାଶିଷ ଲେଙ୍କା ଇତ୍ୟାଦି ଏହି ଶିବିରକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.