ଏବିଭିପି ରାଜ୍ୟ ସହ ସମ୍ପାଦକ ହେଲେ ଶୁଭମ ପ୍ରସାଦ ମିଶ୍ର 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଶ୍ଵର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୪୯ତମ ରାଜ୍ଯ ଅଧିବେଶନ କଟକ ଜବାହର ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଏବିଭିପିର ଅନେକ ପୁରାତନ ଏବଂ ନୂତନ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ରାଷ୍ଟ୍ର ପ୍ରତି କର୍ତ୍ତବ୍ୟ ଓ ଦାୟିତ୍ଵ ସହିତ ଶିକ୍ଷା କ୍ଷେତ୍ରର ବିକାଶ ଉପରେ ଅନେକ ଆଲୋଚନା ହୋଇଥିଲା। ତାହା ସହିତ ରାଜ୍ୟର ଅନେକ ଜିଲ୍ଲାରେ କାର୍ଯ୍ୟରତ ଥିବା କର୍ମକର୍ତ୍ତାଙ୍କ ନୂତନ ଦାୟିତ୍ବ ଘୋଷଣା କରାଯାଇଥିଲା। ଏହି ନୂତନ ଦାୟିତ୍ବ ଘୋଷାଣରେ ଏବିଭିପି ସୋନପୁର ଜିଲ୍ଲା କାର୍ଯ୍ୟକର୍ତ୍ତା ଶୁଭମ ପ୍ରସାଦ ମିଶ୍ର ଓଡିଶା (ପଶ୍ଚିମ) ପ୍ରାନ୍ତର ସହ ସମ୍ପାଦକ ଭାବରେ ନୂତନ ଦାୟିତ୍ବ ପାଇଛନ୍ତି। ଏହା ପୂର୍ବରୁ ଶୁଭମ ମହାବିଦ୍ୟାଳୟ ଶାଖା ସଭାପତି, ବିଭାଗ ସେବାର୍ଥେ ବିଦ୍ୟାର୍ଥୀ ସଂଯୋଜକ, ରାଜ୍ୟ ସେବାର୍ଥେ ବିଦ୍ୟାର୍ଥୀ ସଂଯୋଜକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଶୁଭମ ୨୦୨୨ ଅଗଷ୍ଟରୁ ଏବିଭିପିରେ ସାମିଲ ହେବା ପରେ ନିରନ୍ତର ଭାବରେ ସଂଗଠନର କାମ କରୁଥିବା ବେଳେ ସୋନପୁର ଆଉ ବୌଦ୍ଧ ଭଳି ଜିଲ୍ଲାରେ ସେ ସଂଗଠନର କାମ ଆରମ୍ଭ କରିଥିଲେ। ଶୁଭମଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସୋନପୁର ଆଉ ବୌଦ୍ଧ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଦୁଇଟି ଯାକ ଜିଲ୍ଲାରେ ସଂଗଠନକୁ ଆହୁରି ମଜବୁତ କରିବେ ବୋଲି ଶୁଭମ କହିଛନ୍ତି। ସୋନପୁରରୁ ଆଉ ୩ ଜଣଙ୍କୁ ନୂତନ ଦାୟିତ୍ୱ ମିଳିଛି। ରାଷ୍ଟ୍ରୀୟ କଳା ମଞ୍ଚ ସହ ସଂଯୋଜିକା ଭାବରେ ସୁପ୍ରିୟା ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ଭାବରେ ସୁମନ୍ତ ଜଗଦଳା ଏବଂ ଗୀର୍ଜା ଶଙ୍କର ବେହେରାଙ୍କୁ ନୂତନ ଦାୟିତ୍ୱ ମିଳିଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.