ନବବର୍ଷ ଉତ୍ସବ ୪୦୦୦ ବର୍ଷ ପୂର୍ବରୁ ବେବିଲୋନରେ ପାଳିତ ହେଉଥିଲା। କିନ୍ତୁ ନୂଆ ବର୍ଷର ଏହି ଉତ୍ସବ ୨୧ ମାର୍ଚ୍ଚରେ ପାଳିତ ହେଉଥିଲା ଯାହା ବସନ୍ତର ଆଗମନ ତିଥି ମଧ୍ୟ ଭାବିନିଆ ଯାଉଥିଲା। ପ୍ରାଚୀନ ରୋମରେ ମଧ୍ୟ ନବ ବର୍ଷୋତ୍ସବ ପାଇଁ ବଛା ଯାଇଥିଲା। ରୋମର ଏକଛତ୍ରବାଦୀ ଶାସକ ଜୁଲିୟସ ସିଜର ଈସା ପୂର୍ବ ୪୫ବିଂ ବର୍ଷରେ ଯେବେ ‘ଜୁଲିୟସ କ୍ୟାଲେଣ୍ଡର’ ସ୍ଥାପନା କରିଥିଲେ, ସେହି ସମୟରେ ବିଶ୍ୱରେ ପ୍ରଥମ ଥର ୧ ଜାନୁଆରୀକୁ ନୂତନ ବର୍ଷର ଉତ୍ସବ ପାଳନ କରାଗଲା।