ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହରର ନୂଆପଡା ନିବାସୀ ବିଶିଷ୍ଟ ଚିକିତ୍ସକ ଡାକ୍ତର କରୁଣାକର ଦେଓ ଭୁବନେଶ୍ଵରସ୍ଥ ଏକ ଘରୋଇ କ୍ଲିନିକରେ ଚିକିତ୍ସାଧନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବୁର୍ଲା ମେଡିକାଲର ୧୯୬୮ ବ୍ୟାଚ୍ ଡାକ୍ତର ଦେଓ ଜଣେ ଶିଶୁରୋଗ ଚିକିତ୍ସକ ଭାବେ ବେଶ୍ ଜଣାଶୁଣା ଥିଲେ। ଛାତ୍ରାବସ୍ଥାରେ ଜଣେ ସୁଗାୟକ ଭାବେ ମଧ୍ୟ ସୁପରିଚିତ ଥିଲେ। ମଧୁର ଭାଷୀ ଓ ମେଳାପୀ ଡାକ୍ତର ଦେଓ ତାଙ୍କ ପଛରେ ପତ୍ନୀ ଓ ଦୁଇ ଝିଅଙ୍କୁ ଛାଡି ଯାଇଛନ୍ତି। ତାଙ୍କ ବଡଭାଇ କୃଷ୍ଣାବତାର ଦେଓ ସପରିବାର ଉତ୍କେଲାରୁ ବିମାନ ଯୋଗେ ଭୁବନେଶ୍ଵର ଓ ସେଠାରୁ ପୁରୀ ଯାଇ ସ୍ଵର୍ଗଦ୍ଵାରରେ ତାଙ୍କ ଅନ୍ତିମ କ୍ରିୟା ସମ୍ପନ୍ନ କରିଛନ୍ତି। ଡାକ୍ତର ଦେଓଙ୍କ ପୁତୁରା ବିଶ୍ଵନାଥ ଶାହାଦେଓ ମୁଖାଗ୍ନି ଦେଇଥିଲେ। ଭୁବନେଶ୍ଵର ଠାରେ ଡାକ୍ତର ଦେଓଙ୍କ ଅନେକ ବନ୍ଧୁ, ପରିଜନ ଓ ସହପାଠୀ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ଭବାନୀପାଟଣା ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।