ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଇଂରାଜୀ ନବବର୍ଷକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳିଥିବାବେଳେ କିଏ ମନ୍ଦିର ପରିଦର୍ଶନ କରି ନିଜ ଓ ପରିବାର ପାଇଁ ମଙ୍ଗଳ ମନାସୁଥିବାବେଳେ ଭୋଜିଭାତ କରି କେହି କେହି ନୂଆବର୍ଷର ପ୍ରଥମ ଦିନକୁ ପାଳନ କରିଛନ୍ତି। ତେବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ତରଫରୁ ଏକ ନିଆରା ପଦକ୍ଷେପ ନିଆଯାଇଛି। କଳାହାଣ୍ଡି ଜିଲ୍ଲା ଖଡୁରା ସମାଜର ସଭାପତି ରବୀନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ବ୍ଲକ ଖଡୁରା ସମାଜର କର୍ମକର୍ତ୍ତା ରମେଶ ଚନ୍ଦ୍ର ନାୟକ, ପରେଶ କୁମାର ନାୟକ, ସନାତନ ନାୟକ, ସତ୍ୟ ନାରାୟଣ ନାୟକ, ସୁନୀଲ କୁମାର ସୁବୁଦ୍ଧି, ମିଳନ କୁମାର ନାୟକ, ସୀମାଞ୍ଚଳ ନାୟକ, ସତ୍ୟାନନ୍ଦ ନାୟକ, ଭୋଳାନାଥ ନାୟକ ପ୍ରମୁଖ ଲାଞ୍ଜିଗଡ଼ ସହର ସାରା ବୁଲି ଜନସାଧାରଣଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ନିଖିଳ ଉତ୍କଳ ଖଡୁରା ସମାଜ ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡର ବଣ୍ଟନ କରିଥିଲେ।