ମା’ ମାଉଳୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଛିଲିପାମାଲ ଖେଳ ପଡିଆ ଠାରେ ମାଁ ମାଉଳୀ ସପ୍ତଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇଛି।ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ ଡହଗାଁ ଓ ନେଗୀଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧/୦ ଗୋଲ ସ୍କୋର କରି ନେଗୀଗୁଡା ବିଜୟୀ ହୋଇଛି। ଦ୍ଵିତୀୟ ମ୍ୟାଚ ଟେମରା ଓ ବଗାଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟେମରା ୧/୦ ଗୋଲ ସ୍କୋର କରି ବିଜୟୀ ହୋଇଛି।ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଡାଲଗୁମା ସରପଞ୍ଚ ଯୋଗିନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶ୍ରୀଧର ମାଝୀ, ପ୍ରଦୀପ କଟା, ପ୍ରବିର ପଣ୍ଡା, ଦିଗାମ୍ବର ବେମାଲ ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଖେଲକୁ ଗଣପତି ପୁଝାରୀ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସମ୍ୟାନ୍ ଭାବେ ପ୍ରେମାନନ୍ଦ ଖର୍ସେଲ ଓ ବିଟୁନ ବନ୍ଦୀଛୋଡ ସହଯୋଗ କରିଥିଲେ। ଦେବେନ୍ଦ୍ର ପୁଝାରୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ କମିଟିର ଦେବେନ୍ଦ୍ର ସାଗର,ବଳଦେବ ଭୋଇ, ରାଜେଶ ଖର୍ଶେଲ, ମନ୍ମଥ ଗୁଆ, ରିଙ୍କୁ ବାରିକ, ମଧୁସୂଦନ ଗୁଆ, ଜିତେନ୍ଦ୍ର ଖର୍ସେଲ, ଭରତ ହଂସ, ଚନ୍ଦନ ଧ.ମାଝୀ, ଲଖଣ ପୁଝାରୀ, ବିଶ୍ୱନାଥ ଧ.ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.