କଳସ ଯାତ୍ରା ସହ କୁମାରଗୁଡ଼ା ବୁଢ଼ାରଜା ମହୋତ୍ସବ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଲାଖବାହାଲି ପଞ୍ଚାୟତ କୁମାରଗୁଡ଼ା ବୁଢ଼ାରଜାଙ୍କ ଭବ୍ୟ କଳସଯାତ୍ରା ସହିତ ବୁଢାରଜା ମହୋତ୍ସବ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ଜାନୁଆରୀ ୩ ତାରିଖ ଠାରୁ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ୭ ଦିନଧରି ଅନୁଷିତ ହେବ। ପ୍ରଥମ ଦିନରେ ବୁଢ଼ାରଜାଙ୍କ ଭବ୍ୟ କଳସ ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଓ ଆବାଳ ବୃଦ୍ଧବନିତା ଭବ୍ୟ କଳସ ଯାତ୍ରାରେ ସାମିଲ ହୋଇଥିଲେ। ବୁଢାରଜା ପୂଜା କମିଟି ସଭାପତି ରାମଚନ୍ଦ୍ର ମାଝୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କଳସ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ବସନ୍ତପଡ଼ା ସରପଞ୍ଚ ତଥା ଯୁବନେତା ଚାଞ୍ଚେର ମାଝୀ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଗୋବିନ୍ଦ ନାଏକ, ରାମତୁ ମାଝୀ ପ୍ରମୁଖ ଯୋଗଦେଇଥିଲେ। ଏହି ଉତ୍ସବ ୭ଦିନ ଧରି ହେଉଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ମ୍ୟାଲୋଡି, ରେକର୍ଡ ଡ୍ୟାନ୍ସ, ଗୀତିନାଟ୍ୟ ସମେତ ଓଡିଶାର ବଛାବଛା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ମନରଞ୍ଜନ କରିବେ ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି। ଏହି କଳସ ଯାତ୍ରାରେ ଜଗଦୀଶ ପୁଟ ପୂଜାର୍ଚ୍ଚନା କରୁଥିବା ବେଳେ ମନ୍ଦିର ମୁଖ୍ୟ ପୂଜକ ରତ୍ନ ମାଝୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏଥିରେ ପୂଜା କମିଟିର ଉପ ସଭାପତି ଈଶ୍ୱର ବାଗ, ସମ୍ପାଦକ ହରିଶଚନ୍ଦ୍ର ସାହୁ, ସହ ସମ୍ପାଦକ ସୁମନ୍ତ ନାଏକ, କୋଷାଧ୍ୟକ୍ଷ ବିଷ୍ଣୁ ନାଏକ, ଡିଜାଇନର ଧନିଆଁ ନାଏକ, ରମେଶ ନାଏକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.