ପଣ୍ଡିତ ରୀକ୍ଷିରାମ ସ୍ମୃତି ସମ୍ମାନରେ ସମ୍ମାନିତ ହେଲେ ସତ୍ୟନାରାୟଣ ମହାପାତ୍ର

କଳା କ୍ଷେତ୍ରରେ ଦଣ୍ଡପାଟର ସର୍ବବୃହତ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ଆଜକୁ ସାତ ବର୍ଷ ହେଲା ଆୟୋଜିତ ହେଉଛି। ଚଳିତ ବର୍ଷ ଡିସେମ୍ବର ୨୮ ତାରିଖରୁ ଆରମ୍ଭ କରି ୨୦୨୫ ଜାନୁୟାରୀ ୩ ତାରିଖ ଯାଏଁ ବେହେରା ଠାରେ ଆୟୋଜିତ ହୋଇଥିଲା ଦଣ୍ଡପାଟ ଧନୁଯାତ୍ରା। ଆଖ ପାଖ ଅଂଚଳର ପ୍ରାୟ ୫୦ ଖଣ୍ଡ ଗ୍ରାମର ହଜାର ହଜାର ଦର୍ଶକ ସାତ ଦିନ ବ୍ୟାପୀ ଆୟୋଜିତ ଏହି ଧନୁଯାତ୍ରା ମହୋତ୍ସବକୁ ମନଭରି ଉପଭୋଗ କରିଥିଲେ। ବେହେରା ଗ୍ରାମରେ ଆୟୋଜିତ ହେଉଥିବା ଏହି ଦଣ୍ଡପାଟ ଧନୁଯାତ୍ରା କେବଳ କଳାହାଣ୍ଡି ଜିଲ୍ଲା ନୁହେଁ ବରଂ ଓଡ଼ିଶା ରାଜ୍ୟର ଏକ ରାଜ୍ୟ ସ୍ତରୀୟ ମହୋତ୍ସବ ଭାବରେ ସୁଖ୍ୟାତି ଅର୍ଜନ କରି କଳାହାଣ୍ଡିର ଏକ ସାଂସ୍କୃତିକ ଧରୋହର ପାଲଟିଛି। ଏଥିରେ ସପ୍ତାହ ବ୍ୟାପି କଂସ ମହାରାଜଙ୍କ ଦରବାରରେ କଳାହାଣ୍ଡି ସମେତ ସମଗ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ଯୋଗଦେବା ସହ ମିନା ବଜାର ଓ ବିଭିନ୍ନ ଷ୍ଟଲ୍ ଏହି ମହୋତ୍ସବକୁ ଆହୁରି ଚିତ୍ତାକର୍ଷକ କରୁଛି। ଦଣ୍ଡପାଟ ଧନଯାତ୍ରା ଅବସରରେ ଚଳିତ ବର୍ଷ ଗବେଷକ ସତ୍ୟନାରାୟଣ ମହାପାତ୍ରଙ୍କୁ ପଣ୍ଡିତ ରୀକ୍ଷିରାମ ସ୍ମୃତିସମ୍ମାନ ରେ ସମ୍ମାନିତ କରାଯାଇଛି। ସତ୍ୟନାରାୟଣ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ସିନିୟର୍ ଫେଲୋସିପ ପାଇ “ଘୁମୁରା ଗୀତ (ସଙ୍ଗୀତ) ର ସାହିତ୍ୟିକ ସୋନ୍ଦର୍ଯ୍ୟବୋଧ” ଉପରେ ଗବେଷଣା କରୁଛନ୍ତି। ସେ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ମଧ୍ୟ ଅଛନ୍ତି। ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଥିଲେ। ସେ ଏକାଧାରରେ
ମଞ୍ଚ, ବେତାର, ଦୂରଦର୍ଶନର ଲେଖକ, ନିର୍ଦ୍ଦେଶକ ଓ ପ୍ରଯୋଜକ। ମହାରାଜ କଂସ ସହ ଅତିଥି ଓ ଅନୁଷ୍ଠାନର ସଦସ୍ୟ ମାନଙ୍କ ଦ୍ଵାରା ତାଙ୍କୁ ସମ୍ମାନୀତ କରାଯାଇଥିଲା। ସେ ପୁରସ୍କାର ଗ୍ରହଣ ପୂର୍ବକ ପଣ୍ଡିତ ରିକ୍ଷିରାମ ତିୱାରୀଙ୍କ ଘୁମୁରା ପ୍ରତି ରହିଥିବା ଅବଦାନ ବଖାଣି ଥିଲେ। ପଣ୍ଡିତ ରୀକ୍ଷିରାମ ତିୱାରୀ କଳାହାଣ୍ଡି ଲୋକକଳା ଘୁମୁରାର ଅଦ୍ୱିତୀୟ ଗୁରୁ ଥିଲେ। ସେ ଘୁମୁରାକୁ ନେଇ ଅନେକ କାଳଜୟୀ ଗୀତ ରଚନା କରିବା ସହ ତାଙ୍କ ପ୍ରଶିକ୍ଷିତ ଘୁମୁରା ଦଳକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲେ। ସେ କଳାହାଣ୍ଡିର ସର୍ବପୁରାତନ ବ୍ରଜମୋହନ ସାହିତ୍ୟ ସଂସଦ ସହ ଜଡିତ ଥାଇ କଳାହାଣ୍ଡି ରାଜ ଦରବାରର ପଣ୍ଡିତ ମଧ୍ୟରେ ଅଗ୍ରଗଣ୍ୟ ଥିଲେ। ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ମଧ୍ୟ ଘୁମୁରାର ଅଦ୍ୱିତୀୟ ଗୁରୁ ରୂପେ ସମ୍ମାନିତ ହୋଇ ଥିଲେ। ଏତଦ ବ୍ୟତୀତ ସେ ଅନେକ ନାଟକ, ପାରମ୍ପରିକ ନୃତ୍ୟ ଗୀତ, ଦେବୀ ବନ୍ଦନା ଉପେନ୍ଦ୍ର ଭଞ୍ଜଙ୍କ ଶୈଳୀ ଳରେ ଲେଖିଯାଇଛନ୍ତି। ସେ ତାଙ୍କ ରଚନାରେ ଦଣ୍ଡପାଟକୁ ଏକ ନୂତନ ପରିଚୟ ପ୍ରଦାନ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରକାଶ ଥାଉ କି ପଣ୍ଡିତ ରୀକ୍ଷିରାମ ସ୍ମୃତିରେ ଦଣ୍ଡପାଟର ସର୍ଵ ବୃହତ ସମ୍ମାନ ରୂପେ ଦଣ୍ଡପାଟ ର ଅଗ୍ରଣୀ ଅନୁଷ୍ଠାନ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପ୍ରତି ବର୍ଷ ଜଣେ ସୁନାମଧନ୍ୟ ସାହିତ୍ୟିକ, ଗବେଷକଙ୍କୁ ସମ୍ମାନିତ କରିଥାଏ। କ୍ରମାଗତ ଭାବରେ ବେହେରା ଠାରେ ଆୟୋଜିତ ହୋଇ ଆସୁଥିବା ଏହି ଧନୁଯାତ୍ରା ମହୋତ୍ସବ ଆଜି କଳାହାଣ୍ଡିର ସାଂସ୍କୃତିକ ପ୍ରାଣକେନ୍ଦ୍ର ପାଲଟିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.