କୁଶଧ୍ୱଜ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଡାଲଗୁମାକୁ ହରାଇ ସର୍ଗିଗୁଡା ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡାଲଗୁମା ଖେଳ ପଡ଼ିଆରେ କୁଶଧ୍ୱଜ ମାଝୀ ସ୍ମାରକୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଏଥିରେ ଡାଳଗୁମା ଳକୁ ହରାଇ ସର୍ଗିଗୁଡା ଟିମ୍ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଡାଳଗୁମା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୧୦୦ ରନ୍ ସଂଗ୍ରହ କରିଥିଲା।ଜବାବରେ ସର୍ଗିଗୁଡା ଟିମ୍ ୧୦୧ ରନ୍ କରି ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଥିଲା। ଆମ୍ପିଆର ଭାବରେ ଜୟଦେବ କଟା ଓ ଗୁଡ଼ୁ ଖମାରୀ ଖେଳ ପରିଚାଳନା କରିଥିଲେ। ଗୋବିନ୍ଦ ନାୟକ ଖେଳର ଧରାବିରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟିଆ ପୂର୍ବତନ ସରପଞ୍ଚ ଧର୍ମବ୍ରତ ପଣ୍ଡା,‌ଡ଼ାଲଗୁମା ସରପଞ୍ଚ ଯୋଗିନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି, କଂଗ୍ରେସ ନେତା ମହେନ୍ଦ୍ର ଧରୁଆ,ପ୍ରଭୁଲ ଚଣ୍ଡି, ଅମୋଜ ଧରୁଆ, ନମିଶ ପଟ୍ଟନାୟକ, ଅଶୋକ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.