ଶିକ୍ଷାର ଜନନୀ ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସ୍ଥିତ  ସଂସ୍କୃତି ଭବନ ଠାରେ ଭାରତର ପ୍ରଥମ ଶିକ୍ଷୟତ୍ରୀ ତଥା ଶିକ୍ଷାର ଜନନୀ କ୍ରାନ୍ତୀଜ୍ୟୋତି ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୪ତମ ଜୟନ୍ତୀ ଆଜି ମହା ସମାରୋହରେ ପାଳିତ ହୋଇ ଯାଇଛି। ମାଁ ପଙ୍କେଶ୍ୱରି ମନ୍ଦିରର ଠାରୁ ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ମାତା ସାବିତ୍ରୀ ବାଇ ଫୁଲେ ଜନ୍ମ ଜୟନ୍ତୀ କମିଟିର ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏଡିଏମ ତନ୍ମୟ କୁମାର ଦରୱାନ, ମୁଖ୍ୟବକ୍ତା ଭାବେ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟକ୍ଷ ଛବିଲାଲ ସାହୁ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟାପକ ବୈଲୋଚନ ନାଏକ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ୍ୟା ହିମାଦ୍ରି ନାଏକ, ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, କଳାହାଣ୍ଡି ପଣ୍ଡରାମାଳି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ସଭାପତି ଇଶ୍ଵର ପୂଝାରୀ, ଏସଟିଏସସି ଓବିସି ମିଳିତ ମଞ୍ଚର ଆବାହକ ଡମ୍ବରୁଧର ଲହଜଲ, ଅଲଓଡିଶା ସିଡୁଲକାଷ୍ଟ ଫେଡ଼ରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ବହୁଜନ ସଂଗ୍ରାମ ସମିତିର ଅଧ୍ୟକ୍ଷ ରଞ୍ଜନ କୁମାର ଜାଲ, କୁବେର ସମାଜ ସଭାପତି ଉଦ୍ଧବ ସାହୁ, ରମଣୀ ଦୁରିଆ, ଯତୀନ୍ଦ୍ର କର ପ୍ରମୁଖ ମଞ୍ଚାସୀନ ରହି ଉଦବୋଧନ ଦେଇଥିଲେ। ପରେ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସଭା ପ୍ରାରମ୍ଭରେ ଅତିଥି ମାନଙ୍କଦ୍ୱାରା ମହାପୁରୁଷ ମାନଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅତିଥିମାନେ ସବେତ୍ରୀ ବାଇ ଫୁଲେଙ୍କ ସ୍ମୃତି ଚାରଣ କରିଥିଲେ। ଏସ ସୁଜାତା ମଞ୍ଚ ପରିଚଳନା କରିଥିବା ବେଳେ ମାତା ସାବିତ୍ରୀ ବାଇ ଫୁଲେ ଜୟନ୍ତି କମିଟିର ସମ୍ପାଦକ ଚିତ୍ତରଞ୍ଜନ ନିଆଲ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.