ବିକ୍ରି ଉଦ୍ଦେଶ୍ୟରେ ମଣ୍ଡି ନିକଟରେ ଧାନ ରଖିଥିଲେ ଚାଷୀ: ଖାଇଗଲେ ହାତୀପଲ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଅଞ୍ଚଳରେ ୧୫ଟିକିଆ ହାତୀପଲଙ୍କ ଉପସ୍ଥିତି ଯୋଗୁଁ ସାଧାରଣରେ ଭୟର ବାତାବରଣ ଲାଗି ରହିଛି। ଉକ୍ତ ହାତୀପଲ ବିଳମ୍ବିତ ରାତିରେ ଜଙ୍ଗଲ ମଧ୍ୟରୁ ଆସି ବଡ଼ସାଇମରା ପେକ୍ସରେ ବିକ୍ରି ପାଇଁ ମଣ୍ଡି ବାହାରେ ଚାଷୀ ରଖିଥିବା ପ୍ରାୟ ୬୦ ବସ୍ତା ଧାନକୁ ଖାଇଯିବା ସହ ନଷ୍ଟ କରିଥିଲେ। ଧାନ ଖାଇଯିବା ସହ ହାତୀପଲ ସେଠାରେ ଥିବା ପାଚେରୀକୁ ଭାଙ୍ଗି ଦେଇଥିବା ଦେଖାଯାଇଛି। ଖବର ପାଇ ମୁରିବାହାଲ ତହସିଲଦାର, ମୁରିବାହାଲ ବନ ବିଭାଗ ରେଞ୍ଜର, ଏଆରସିଏସ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ହାତୀପଲ ଧାନ ଖାଇଯିବା ନେଇ ଚାଷୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତଦନ୍ତ ପୂର୍ବକ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ବିଭାଗୀୟ କର୍ତ୍ତ୍ରୁପକ୍ଷ ଅତି ଶୀଘ୍ର ପଦକ୍ଷେପ ନେବାକୁ ଭାରତୀୟ କିସାନ ସଙ୍ଘ ରାଜ୍ୟ ସମ୍ପାଦକ ମୋହନ ନାଏକ ଦାବି ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.