ଦୁଇଟି ମହୋତ୍ସବ ଯିଦରେ ଅଟଳ ଆୟୋଜକ: ବିଫଳ ବୈଠକ, ନିଷ୍ପତ୍ତି ନେବ ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଦେଓଗାଁ ବ୍ଳକ ଅନ୍ତର୍ଗତ କୁଳୁତା ପଡା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଗାଁଁ ଠାରେ ଆସାନ୍ତା ୭ ତାରିଖରେ ହେବାକୁ ଥିବା ଶୁଲିଆ ଯାତ୍ରା ପାଇଁ ଦେଓଗାଁ ତହସିଲ କାର୍ଯ୍ୟାଳୟରେ ଯାତ୍ରା ଓ ଦୁଇ ମୋହୋତ୍ସବ କମିଟିକୁ ନେଇ ଏକ ପସ୍ତୁତି ବୈଠକ ଉପଜିଲ୍ଲାପାଳ ବଲାଙ୍ଗୀର ଆଲୋକ ପଟେଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୫ ତାରିଖ କୁମୁରିଆ ଓ ଖଇରଗୁରା ବିଜାମୁଣ୍ଡା ଦୁଇଟି ସ୍ଥାନରେ ହେବାକୁ ଥିବା ଶୁଳିଆ ମହୋତ୍ସବକୁ ନେଇ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା ହୋଇଥିଲା।

କୁମୁରିଆରେ ହେବାକୁକୁ ଥିବା ମୋହୋତ୍ସବକୁ ବନ୍ଦ କରି ପୂର୍ବରୁ ହେଉଥିବା ମୋହୋତ୍ସବକୁ ଅନୁମତି ଦେବାକୁ ଉପଜିଲ୍ଲାପାଳଙ୍କ ଠାରେ ଦାବୀ ରଖିଥିଲେ ମିଳିତ ଶୁଳିଆ ମଞ୍ଚର ସଭାପତି ମୟ ପ୍ରାଧାନୀ। ଏହା ସହ କନ୍ଧ ଆଦିବାସୀଙ୍କୁ ବିଭାଜନ ନ କରି ଏକ କରି ରଖିବାର ଯେଉଁ ପରମ୍ପରା ରହିଛି ତାକୁ ପାଲନ କରିବାକୁ ଦିଆଯାଉ ବୋଲି କହିଥିଲେ। ଯଦି ଏହା ଉପରେ ବାଧା ଆସେ ତାହେଲେ ଅଘଟଣ ହେଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଥିଲେ। ଦ୍ଵିତୀୟ ମୋହୋତ୍ସବ କମିଟିର ଅବାହାକ ରୂପା ଧର ପୁଟା ଦୁଇ ମହୋତ୍ସବକୁ ଅନୁମତି ନ ଦେଲେ ଗୋଟିଏକୁ ଆଦିବାସୀ ମୋହସବ କରିବା ପାଇଁ ଅନୁମତି ଦିଆଯାଉ ନ ହେଲେ ଦୁଇଟିକୁ ବନ୍ଦ କରିବା ଅନୁମତି ଦିଅନ୍ତୁ ବୋଲି କହିଥିଲେ। ତେବେ ଶୁଳିଆ ମୋହୋତ୍ସବ ରାଜନୀତିର ଚକ୍ର ବିହ୍ୟୁରେ ପଡିଥିବାରୁ କିଭଳି ଭାବରେ ମହୋତ୍ସବ ହେବ ତାକୁ ନେଇ ଆଲୋଚନା ଜାରି ରହିଛି। ଆଦିବାସୀ ନେତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେଉଥିବାରୁ ଦେହେରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି।

ଆଜିର ଏହି ବୈଠକରେ ଦେଓଗାଁ ତହସିଲଦାର ସଂଗ୍ରାମ କେଶରୀ ନାଏକ, ବିଡ଼ିଓ ପ୍ରିୟ ରଞ୍ଜନ କୁମାର, ସଡିପିଓ ବଲାଙ୍ଗୀର ପ୍ରଦୀପ ସାହୁ, ଦେଓଗାଁ ଥାନା ଅଧିକାରି ବୁଲୁ ମୁଣ୍ଡା, ତୁଷୁରା ଥାନା ଅଧିକାରୀ ମନୋଜ ପଧାନଙ୍କ ସହ ବନ୍ଧପଡା ସମିତି ସଭ୍ୟ କାନ୍ତେଶ୍ବର ପଧାନ, ବିଶ୍ୱଜିତ ପାତ୍ର, କଂଗ୍ରେସ ନେତା ଅସିତ ମିଶ୍ର, ରାମଜୀ ଚୌଧୁରୀ, ମନବୋଧ ହରପାଳ ଙ୍କ ସହ ଦୁଇ କମିଟି ର କର୍ମକର୍ତ୍ତା ଓ ଦେହେରୀ ମାନେ ଉପସ୍ଥିତ ଥିଲେ। ତେବେ ପ୍ରଶାସନ ଯେଉଁ ନିଷ୍ପତି ନେବ ତାକୁ କମିଟି କର୍ମକର୍ତ୍ତା ମାନିବେ ନାଁ ନିଜ ଯିଦରେ ଅଟଳ ରହିବେ ତାହା ଦେଖିବା ବାକି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.