୫ରୁ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଚାଲିଛି ଗ୍ରାଉଣ୍ଡ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡର ଅଗ୍ରଣୀ ସଂସ୍ଥା କଳାପାହାଡ଼ କ୍ରିକେଟ ଆସୋସିଏସନର ଆୟୋଜନ କ୍ରମେ ଜାନୁଆରୀ ୫ ତାରିଖ ରବିବାର ଠାରୁ ଆରମ୍ଭ ହେବ ନକ ଆଉଟ କ୍ରିକେଟ ପ୍ରତିଯୋଗିତା। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ଟୁର୍ଣ୍ଣାମେଣ୍ଟ ଟିକୁ ଆନୁଷ୍ଠାନିକ ଭାବରେ ଉଦ୍ଘଟାନ କରିବେ ବୋଲି ଏସୋସିସନର ସଭାପତି ରିନେଶ ଅଗ୍ରୱାଲା ସୂଚନା ଦେଇଛନ୍ତି। ଏଥିପାଇଁ ଜୋର ସୋର ଭାବରେ ଚାଲିଛି ପଡିଆ ପ୍ରସ୍ତୁତି କାର୍ଯ୍ୟକ୍ରମ। ଲାଗି ପଡିଛନ୍ତି କଳାପାହାଡ଼ କ୍ରିକେଟ ଆସୋସିଏସନର ସମସ୍ତ ସଦସ୍ୟ। ଗତ ୩ ବର୍ଷ ହୋଇଗଲା ଅନୁଷ୍ଠିତ ହୋଇ ଆସୁଛି କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଅନୁଷ୍ଠାନର ସଭାପତି ରିନେଶ ଅଗ୍ରୱାଲ ଓ ସମ୍ପାଦକ ନୀରଜ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଥର ମଧ୍ୟ ଅନୁଷ୍ଠିତ ହେବ ଏହି ଟୁର୍ଣ୍ଣାମେଣ୍ଟ। ଏଥିରେ ଅନୁଷ୍ଠାନର ଉପସଭାପତି ସ୍ଵାଧୀନ ସହୁ, କୋଷାଧ୍ୟକ୍ଷ ଚନ୍ଦନ ମହାନ୍ତି, ବରିଷ୍ଠ ସଦସ୍ୟ ରଞ୍ଜନ ମହାନ୍ତି, ମାଧବ ମାହୁତି, ସୁଦୀପ୍ତ, ଆକାଶ, ପିଣ୍ଟୁ, ରୋହିତ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଥିବା କମିଟି ସୂତ୍ରରୁ ଜଣାପଡ଼ିଛି। ଜାନୁୟାରୀ ୫ ରୁ ୧୩ ଯାଏଁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୭ ଗୋଟି ଜିଲ୍ଲାର ୧୬ ଗୋଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଛନ୍ତି। ଜାନୁଆରୀ ୧୩ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଚାମ୍ପିଅନ ଦଳ ପାଇଁ ବିଜୟୀ ଟ୍ରଫି ସହ ନଗଦ ରାଶି ୩୦,୦୦୦ ଟଙ୍କା ଓ ଉପ ବିଜେତା ଦଳ ପାଇଁ ରନର୍ସ ଟ୍ରଫି ସହ ନଗଦ ୧୫,୦୦୦ ଟଙ୍କା ପୁରସ୍କାର ରାଶି ରଖା ଯାଇଥିବା କହିଛନ୍ତି ଏସୋସିସନର ସମ୍ପାଦକ ଶ୍ରୀ ଶର୍ମା। ଏହି ଟୁର୍ଣ୍ଣାମେଣ୍ଟ ଟିକୁ କମିଟି ଦୁଇବର୍ଷ ଧରି ଆୟୋଜନ କରି ଆସିଛି ହେଲେ ଚଳିତ ବର୍ଷ ଏହାକୁ ଆହୁରି ପରିବ୍ୟାପ୍ତ ଓ ଭବ୍ୟ କରିବା ପାଇଁ ନର୍ଲା ବିଧାୟିକା ସସହଯୋଗ ର ହାତ ବଢ଼ାଇଥିବାରୁ ଆୟୋଜକ ମଣ୍ଡଳୀ ତରଫରୁ ମାନ୍ୟବର ବିଧାୟିକାଙ୍କ ନିକଟରେ ଆମେ କୃତଜ୍ଞ ବୋଲି ମତବ୍ୟକ୍ତ କରୁଛନ୍ତି ଏସୋସିଏସନର ସଭାପତି ଶ୍ରୀ ଅଗ୍ରୱାଲ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.