ରେଆର କାର୍ଯ୍ୟାଳୟଠାରେ କସ୍ତୁରୀ-୨୦୨୫ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ସଦର ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ରେଆର ତରଫରୁ ଭିନ୍ନକ୍ଷମ ଶିଶୁଙ୍କ ମହତ୍ସବ କସ୍ତୁରୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଵ ଷଡ଼ଙ୍ଗୀ, ସୁବର୍ଣ୍ଣପୁର ଉପ ଆରକ୍ଷୀ ଅଧିକ୍ଷିକା ରେଣୁକା ସୁନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ କୃଷ୍ଣ ମୋହନ ସିଂହ, ରେଆର ଉପସଭାପତି ପଦ୍ମିନୀ ବକ୍ସି, ରେଆର ପ୍ରତିଷ୍ଠାତା ସଦସ୍ୟ ଆଡ଼ଭୋକେଟ ଗୌରୀଶ୍ୟାମ ପଣ୍ଡା, ସମ୍ପାଦକ ଅନଙ୍ଗ ନେଗୀ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ କସ୍ତୁରୀ କାର୍ଯ୍ୟକ୍ରମ ଏକ ନୂଆ ଆଶା ସଂଚାର କରିଛି ବୋଲି ପ୍ରକାଶ କରିଥିଲେ। ପ୍ରୀତି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ରେଆର କାର୍ଯ୍ୟନିର୍ବାହୀ ସଦସ୍ୟ ହରିପ୍ରିୟା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ହିଙ୍ଗମା ଗାଁର ଭିନ୍ନକ୍ଷମ ଶିକ୍ଷୟିତ୍ରୀ ସୁଶ୍ରୀ ସତ୍ୟବତୀ ପାଣିଗ୍ରାହୀ ଓ ଟିଟିଲାଗଡ଼ ଆଶା ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସଂଯୋଜକ ସଂଜୀବ କୁମାର ପଟ୍ଟନାୟକଙ୍କୁ ସମର୍ଦ୍ଧିତ କରାଯାଇଥିଲା। ଭିନ୍ନକ୍ଷମ ଶିଶୁ ମାନଙ୍କ ସକାଶେ ଚାରିଗୋଟି ସୃଜନାତ୍ମକ କାର୍ଯ୍ୟକ୍ରମ ପଥର ଚିତ୍ରାଙ୍କନ, ସ୍ବେଛାସେବୀ ସଂସ୍ଥା ଗ୍ରାମଥାନ ତରଫରୁ ଭାବପୂର୍ଣ୍ଣ ଶିକ୍ଷଣ, ଶିକ୍ଷଣ ଉପକରଣ ପ୍ରସ୍ତୁତି, କାଗଜକଳା ଅନୁଷ୍ଠିତ ହୋଇଥିଲା। ଏହା ସହ ଉପସ୍ଥିତ ଶିଶୁ ମାନଙ୍କ ଅଭିଭାବକ ମାନଙ୍କ ପାଇଁ ଏକ ଆଲୋଚନା ଚକ୍ର ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ଅନୁଷ୍ଠିତ ହୋଇଥିଲା। ଏଥିରେ ତରଭା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କର୍ଣ୍ଣ ଓ ରେଆର ର ଭୌତିକ ଚିକିତ୍ସକମାନେ ଆଇନ ର ବିଭିନ୍ନ ଦିଗ ତଥା ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ପାରିବେଷିତ ହୋଇଥିଲା। ଏଥିରେ ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାର ପ୍ରାୟ ତିନିଶହ ଭିନ୍ନକ୍ଷମ ଶିଶୁ ଓ ଅଭିଭାବକ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.