ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୨ତମ ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୨ ତମ ବାର୍ଷିକ କ୍ରୀଡା ଉଦଯାପିତ ହେଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

 

ସଭାରେ ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ଭାବେ ଅରୁପା ନନ୍ଦ ନାଗ, ଦେବେନ୍ଦ୍ର କୁମାର ବେହେରା, ପ୍ରାଧ୍ୟାପିକା ସାଗରିକା ଦାସ, ପ୍ରାଧ୍ୟାପକ ଆଦିତ୍ୟ କୁମାର ଖମାରି, ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ମେହେର, ଅଧ୍ୟାପକ ପ୍ରିୟବ୍ରତ ବାନୁଆ, ନେତ୍ରା ନନ୍ଦ ପ୍ରଧାନ, ବିଶ୍ଵ ରଞ୍ଜନ ବେହେରା, ଇମରାନ ଖାନ୍, ରାଜେଶ ପଟେଲ, ହେମନ୍ତ ପ୍ରଧାନ, ସଶ୍ମିତା ପଣ୍ଡା, ସପନା ପ୍ରଧାନ, ଶୁଭାଶିଶ ପାଣିଗ୍ରାହୀ, ବଦଲ୍ ଗଉଡ, ସଦାନନ୍ଦ ମରାଇ, ପୂର୍ଣ୍ଣମାସି ମାଝୀ, ଯସମୀନ ବନିତା ସାହୁ, ଅମିତା ମେହେର, ନତାଶା ମହାପାତ୍ର, ଆକାଶ ମେହେର, ଆର୍ତ୍ତତ୍ରାଣ ସାହୁ, ସୁଧାକର ପାଲ୍, ଜନ୍ମେଜୟ ମେହେର, ବସନ୍ତ ମାଝୀ, ରିଷଭ ବାନୁଆ, ଆଦର୍ଶ ପଣ୍ଡା ଯୋଗ ଦେଇ ଥିଲେ ଖେଳ ଶିକ୍ଷକ ସମୀର କୁମାର ସାହୁ ସମସ୍ତ ଖେଳକୁ ତଦାରଖ କରିଥିଲେ ଦୂର୍ଗା ପ୍ରସାଦ ସିଂହ ଚମେଲୀ ଦେବୀ କଲେଜ ରୁ ଡେପୁ ଟେସନ ରେ ଆସି ସହଯୋଗ କରିଥିଲେ ।

ବିକାଶ, କୁନି, ଗୁପ୍ତେ, ତ୍ରିଭୁବନ, ପ୍ରବୀଣ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଦୁଇଶହ ରୁ ଉର୍ଧ ଖେଳାଳି ଭାଗ ନେଇଥିଲେ।୧୦୦, ୨୦୦, ୪୦୦, ୮୦୦, ୧୫୦୦, ମିଟର ରନ୍, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ଗୋଲା ଫିଙ୍ଗା, ଡିସ୍କସ୍ ଫିଙ୍ଗା, ବର୍ଚ୍ଛା ଫିଙ୍ଗା ଉଭୟ ବାଳକ ଓ ବାଳିକା ବିଭାଗର ପ୍ରତିଯୋଗୀତା ହେଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.