ଲୋକନୃତ୍ୟ ଗୀତର ମହାପର୍ବଣ ପଏଁରୀ ତିହାର ଉଦଯାପିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଭୀମ ଭୋଇ କଳା ମଣ୍ଡପ ଖୋଲା ପଡ଼ିଆ ଠାରେ ତିନିଦିନ ଧରି ଚାଲିଥିବା ଲୋକକଳା, ଲୋକନୃତ୍ୟର ମହା ପାର୍ବଣ ପଏଁରୀ ତିହାର-୨୦୨୫ ର ରୌପ୍ୟଳୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇ ଯାଇଛି। କେସିଙ୍ଗା, କଳାହାଣ୍ଡି , କୋରାପୁଟ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଉଦ୍‌ଯାପନୀ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ପଏଁରୀର ସଭାପତି ଲଡୁଜିଶୋର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡ଼ାଙ୍ଗ ମୁଖ୍ୟ ଅତିଥି, ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ବିଶ୍ବନାଥ ବାରିକ, ବୀରମହାରାଜପୁର ସିନିଅର ବିଇଓ ଶାନ୍ତନୁ କୁମ୍ଭକାର, ପ୍ରଫେସର ନୀଳାମ୍ବର ଶତପଥୀ, ନାଟ୍ୟଶ୍ରୀ ଗଦାଧର ବାରିକ, ପଏଁରୀର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ଜୟ ପ୍ରକାଶ ମାହାନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲାରେ ଭରି ରହିଛି ବହୁ ପୁରାତନ ଐତିହ୍ୟ ଓ କଳା ସଂସ୍କୃତି ପରମ୍ପରା ଏହି ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ବୋଲି ଅତିଥିମାନେ ମତପୋଷଣ କରିଥିଲେ। ଏହି ଅବସରରେ ସୁଜାତା ଗିରିଙ୍କୁ ବୃନ୍ଦାବନ ନାଏକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଲୋକକଳାକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପଏଁରୀର ସମ୍ପାଦକ ଚୌଧୁରୀ ବିଭାର ସଭା ସଂଯୋଜନା କରିଥିଲେ ଓ ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଦେଇଥିଲେ। ସୁଶାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ବୀରେନ୍ଦ୍ର ଜଗଦଲା, କଣ୍ଠ ମହାନନ୍ଦ, ସୁପ୍ରିୟା ଶର୍ମା, ସୁଜାତା ଗିରି, ସୁଚିତ୍ରା ଦାଶ ପ୍ରମୁଖ ଲୋକସଙ୍ଗୀତ ପରିବେଷଣ କରିଥିଲେ। ଲୋକନୃତ୍ୟ କାର୍ଯ୍ୟକ୍ରମରେ ପଏଁରୀର ରସରକେଲି, ଝାଡଖଣ୍ଡର ଝୁମର, ବରଗଡ଼ ଚୁମୁକୁରୁମା କଳା ପରିଷଦର ଲୋକନୃତ୍ୟ, ମୟୂରଭଞ୍ଜର ଛଉ, କେସିଙ୍ଗା ବଜାଶାଲ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଲୋକନୃତ୍ୟ ପରିବେଷଣ ହୋଇଥିଲା ଏଥିରେ ସନ୍ତୋଷ ମିଶ୍ର, ସନ୍ତୋଷ ପାଢ଼ୀ, ସୋମ୍ୟରଞ୍ଜନ ସେଠୀ, ପୃଥୀରାଜ ବାଘ, ପ୍ରଫୁଲ୍ଲ ନାଏକ, ଗୋପାଳ ମେହେର, ରାମ ମେହେର ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.