ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ସ୍ଥିତ କନ୍ଦେନବହାଳି ଠାରେ ଗୋଲାପି ଜରାନିବାସ ପାଇଁ ଭୂମି ପୂଜନ ଉତ୍ସାବ ସମୋବାର ଅନୁଷ୍ଠିତ ହୋଇଯାଇଛି। ସଇଁତଲା ସରପଞ୍ଚ ଇଂ. ସୁବ୍ରତ ନାଗ ଗୋଲାପି ଫାଉଣ୍ଡେସନ ନାମରେ ନିଜସ୍ୱ ଉଦ୍ୟମରେ ଏକ ଜରାନିବାସ ଆରମ୍ଭ କରିଛନ୍ତି। ଏହି ଜରାନିବାସରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଥିବା ଅନାଥ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ରଖି ସମସ୍ତ ଯତ୍ନ ନିଆଯିବ ସେବା କରିବାର ଇଚ୍ଛା ଦରକାର ମଣିଷ ସମାଜରେ ବଞ୍ଚିବାକୁ ହେଲେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ହେଉଛି ଏକ ସାମାଜିକ ପ୍ରାଣୀର କର୍ତ୍ତବ୍ୟ। ତାହା ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ନାଗ କହିଛନ୍ତି। ଏହି ସମୟରେ ସାଧୁ ସନ୍ଥ, ବ୍ଲକର ସମସ୍ତ ସରପଞ୍ଚ, ବୁଦ୍ଧିଜୀବୀ, ଆଇନଜୀବି ମାନେ ଉପସ୍ଥିତ ଥିଲେ।