ଧର୍ମପ୍ରାଣା ମହିଳା ବିଜୟଲକ୍ଷ୍ମୀ ରାଜଗୁରୁଙ୍କ ପରଲୋକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସହରର ମନ୍ଦାର ବଗିଚା ପଡ଼ା ନିବାସୀ ସ୍ଵର୍ଗତ ଗଦାଧର ରାୟଗୁରୁଙ୍କ ଧର୍ମପତ୍ନୀ ତଥା କଳାହାଣ୍ଡି ଲେଖକ କଳା ପରିଷଦର ସାଧାରଣ ସମ୍ପାଦକ ଭବନାଥ ରାୟଗୁରୁଙ୍କ ମାତା ବିଜୟଲକ୍ଷ୍ମୀ ରାୟଗୁରୁ (୭୫) ତାଙ୍କ ବାସ ଭବନରେ ପରଲୋକ ଗମନ କରିଛନ୍ତି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଏକ ମାତ୍ର ପୁତ୍ର ଭବନାଥ, ପୁତ୍ର ବଧୁ, ନାତି ନାତୁଣୀ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ଶ୍ରୀମତୀ ବିଜୟଲକ୍ଷ୍ମୀ ଜଣେ ଆଦର୍ଶ ଗୃହିଣୀ ସହ ଜଣେ ସମାଜସେବୀ ଥିଲେ। ସହରର ବିଭିନ୍ନ ପାରିବାରିକ ସମସ୍ୟାର ସମାଧାନ ନିମନ୍ତେ ସେ ଅହରହ ଉଦ୍ୟମ କରୁଥିଲେ। ତାଙ୍କ ଉଦ୍ୟମରେ ବହୁ ପାରିବାରିକ ସମସ୍ୟା ସମାଧାନ ହୋଇ ପାରିଛି। ରବିବାର ରାତି ୧୦ ଟାରେ ସ୍ଥାନୀୟ ତାରିଣୀ ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ପୁତ୍ର ଭବନାଥ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଶୋକ ବାର୍ତ୍ତା ପ୍ରେରଣ ସହ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.