ଛନଛଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏବିଇଓ ନାରାୟଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ଏବିଇଓ ନରେନ୍ଦ୍ର ସାହୁ, ବୁଢ଼ାରଜା ହାଇସ୍କୁଲ ପ୍ରଧାନ ଶିକ୍ଷକ ଦ୍ଵିତୀକୃଷ୍ଣ ପଧାନ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ସରପଞ୍ଚ ତିଳୋତ୍ତମା ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଶିକ୍ଷାବିତ ଦୁର୍ଗାପ୍ରସାଦ ଶର୍ମା ମୁଖ୍ୟବକ୍ତା ରହିଥିଲେ | ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ରୋଶନୀ ରଣା, ଛାତ୍ର ମହେଶ ରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ବିଇଓ ରୁଷିଆ ମେହେର ମୁଖ୍ୟଅତିଥି, ସରପଞ୍ଚ ତିଳୋତ୍ତମା ବାଗ, ସିଆରସିସି ପ୍ରମୋଦ ବୁଡ଼େକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ | ଅନନ୍ତ ବଗର୍ତ୍ତୀ, ନିବାସ ଦଣ୍ଡସେନା, ଭବାନୀଶଙ୍କର ପଟେଲ, ଶିବଶଙ୍କର ପୋଢ଼, ରବିନାରାୟଣ ପଣ୍ଡା, ସତ୍ୟ ବାଗ, ରଞ୍ଜନ ଦାଶ, ଏସଏମସି ସଭାପତି ସୁଶାନ୍ତ ବୁଡ଼େକ ପ୍ରମୁଖ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.