ଷଷ୍ଠତମ କଳୀଙ୍ଗଓ୍ବାନ୍ ଗ୍ଲୋବାଲ ଫେଷ୍ଟିଭାଲ ଉଦଯାପିତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳୀଙ୍ଗଓ୍ବାନ୍ ଗ୍ଲୋବାଲ ଫେଷ୍ଟିଭାଲ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଭୁବନେଶ୍ଵର ସ୍ଥିତ ବହୁ ପୁରାତନ ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ଦ୍ଵାରା ୨ଦିନ ଧରି ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀୟଶ୍ରୀ ପତି ଏବଂ ଅଦ୍ୟାସା ମିଶ୍ର ପରିଚାଳନା କରିଥିଲେ। କୁଚିପୁଡି ନୃତ୍ୟଶିଳ୍ପୀ ସି ଏଚ ଅଜୟ କୁମାର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହି ଭଳି ଦ୍ବିତୀୟ ସନ୍ଧ୍ୟାରେ ଅଂଶୁମାନ ମିଶ୍ର ଓ ଶ୍ରେୟଶ୍ରୀ ପତି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏଥିରେ ୪ ବର୍ଷରୁ ଧରି ୬୦ ବର୍ଷ ବୟସର କଳାକାର ମନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୨୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.