ଫେବୃଆରୀ ୧୪ ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜୁନାଗଡ଼ ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜନସାଧାରଣଙ୍କ ଆବେଗକୁ ଦେଖି ଗତ ୫ ତାରିଖ ଦିନ  ଜୁନାଗଡ଼ବାସୀ ମା ଲଙ୍କେଶ୍ୱରୀ ମଞ୍ଚରେ ଏକତ୍ରିତ ହୋଇ ଜୁନାଗଡ଼ ମହୋତ୍ସବ କରିବା ପାଇଁ ଅଣ୍ଟା ଭିଡି ଥିଲେ । ଏହି ମର୍ମରେ ୬ ତାରିଖ ଦିନ ଜୁନାଗଡ଼ ମହୋତ୍ସବ କୋର କମିଟି ସଦସ୍ୟ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ ଜଣାଇଥିଲେ । ଜିଲ୍ଲାପାଳ ଜୁନାଗଡ଼ ମହୋତ୍ସବ ପାଇଁ ସହମତି ଜଣାଇଥିବା କମିଟି ସଦସ୍ୟଙ୍କ ଠାରୁ ପ୍ରକାଶ । ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୩ ଦିନ ବ୍ୟାପି ଜୁନାଗଡ଼ ଠାରେ ଆଡ଼ମ୍ବର ସହ ପାଳିତ ହେଇ ଆସୁଥିଲା । ତେବେ କୌଣସି କାରଣ ବଶତଃ ଏ ବର୍ଷ ଏହା ହେଉ ନଥିବାରୁ ଜନସାଧାରଣ ମନରେ ନିରାଶା ଛାଇ ଯାଇଥିଲା । ଏ ସବୁକୁ ଦୃଷ୍ଟିରେ ରଖି ଏକ ଭିନ୍ନ ଢଙ୍ଗରେ ଜୁନାଗଡ଼ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତି ହୋଇଥିଲା । ଆଜି ଏହି କମିଟିର ସଦସ୍ୟ ଏନଏସି ଅଧକ୍ଷା ହିମାଦ୍ରୀ ନାଏକ, ପାରିଷଦ ହିମାଦ୍ରୀ ସିନ୍ଦୁର, ବରିଷ୍ଟ ସଦସ୍ୟ ଦୁର୍ଗା ପ୍ରସାଦ ନାଏକ, ଶିବପ୍ରସାଦ ମହାନ୍ତି, ଅଶୋକ ପଟ୍ଟନାୟକ, ରଞ୍ଜନ କୁମାର ଜାଲ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଜୁନାଗଡ଼ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.