ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷ କଳା ଓ ବିଜ୍ଞାନର ୧୨୭ ଜଣ ଛାତ୍ରୀକୁ ନେଇ ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଘାଟିତ ହୋଇଯାଇଛି। ଛୁଟି ଦିନକୁ ଛାଡି ୮ ଦିନ ଧରି ତାଲିମ୍ ଦିଆଯିବ ବୋଲି ଜଣା ପଡ଼ିଛି। ଉକ୍ତ ତାଲିମ୍ ଶିବିରରେ ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସଂଘର ସଭାପତି ଖଗେଶ୍ୱର ଧଙ୍ଗଡାମାଝି ଯୋଗଦେଇଥିଲେ, ସମ୍ମାନ୍ନିତ ଅତିଥି ଭାବେ ରାକେଶ କୁମାର ବେମାଲ, ପ୍ରାଧ୍ୟାପିକା ସାଗରିକା ଦାସ, ଜୁନାଗଡ ପୁଲିସ ଷ୍ଟେସନର ଦୁଇଜଣ ଅଧିକାରୀ ତପନ କୁମାର କାଲୋ ଓ ନିତ୍ୟାନନ୍ଦ ଦାସ, ଅଧ୍ୟାପିକା ପୂର୍ଣ୍ଣିମାସି ମାଝୀ, ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମର ସଂଯୋଜିକା ଓ ସହ ସଂଯୋଜକ ସମୀର କୁମାର ସାହୁ ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା। ଦୁଇଜଣ ପ୍ରଶିକ୍ଷିକା ଜଳି ପରାଭୋଇ ଓ ଶିବାନୀ ଭାଟି ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବେ। ଏହି କାର୍ଯ୍ୟକ୍ରମରେ ବିକାଶ ବେହେରା, ଗୁପ୍ତେଶ୍ଵର ସ୍ୱାଇଁ, ରାଜକୁମାରୀ ବେମାଲ, ବିଶ୍ଵନାଥ ଗୋପାଳ, ବାବୁଲି ଗୋପାଳ ସହଯୋଗ କରିଥିଲେ।