ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ “ଉତ୍ସାହ” ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ରେଙ୍ଗାଳପାଳି ସରପଞ୍ଚ ପଦ୍ମିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, ଭାରପ୍ରାପ୍ତ ଅଧ୍ୟକ୍ଷ ଲୋକନାଥ ନାଏକ, ଡହଗାଁ ସରପଞ୍ଚ କୁଞ୍ଜଳତା ନାଏକ, ହରିଶଙ୍କର ବାଗ, ଅନିରୁଦ୍ଧ ପାତ୍ର, କୃପାସିନ୍ଧୁ ପାତ୍ର, ହେମନ୍ତ ନାଏକ, ବାଲକୃଷ୍ଣ ନାଏକ, କେତନ ପାତ୍ର, ସାମ୍ବାଦିକ ହିରଣ୍ୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା କ୍ରିଡ଼ା ପତାକ ଉତ୍ତୋଳନ କରି ଏହାର ଶୁଭାରମ୍ଭ କରିଛନ୍ତି। ଉଦଘାଟନୀ ସଭାକୁ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଓ ହରେଶ ପାନ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ଅଜୟ ସରାଫ ଙ୍କତତ୍ବାବଧାନରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜୁନିଅର, ସିନିଅର ଓ ସୁପର ସିନିଅର ତିନି ଭାଗରେ ବିଭକ୍ତ କରି ଦୈାଡ, ଡିଆଁ, ସଟପୁଟ ଥ୍ରୋ, ଡିସକସ୍ ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି କ୍ରୀଡା ଉତ୍ସବ ୨ ଦିନ ଧରି ପରିଚାଳିତ ହେବାକୁ ଥିବାବେଳେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରୁଛନ୍ତି।