ଲାଞ୍ଜିଗଡରେ ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ 

ମୁସାନାଲ ମୂଖ୍ୟ ରାସ୍ତା ଉପରେ ଛାଡିଲେ ୨ଟି ପୋଷ୍ଟର

Omkar Vasthu
Omkar Vasthu

ଭୀମ ଦୋରାକୁ କାହିଁକି ହତ୍ୟା କରାଗଲା ବଖାଣିଲେ କାରଣ, ପୋଲିସ ଇନଫରମର୍ ମାନଙ୍କୁ ଦେଲେ ଚେତାବନୀ

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ,୨୩/୭ : ବିଶ୍ବନାଥପୁର – ବିଜେପୁର ମୂଖ୍ୟ ରାସ୍ତାର ମୁସାନାଲ୍ ଗାଁର ମୂଖ୍ୟ ପ୍ରବେଶ ପଥ ରେ ଆଜି ଦୁଇଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ରାସ୍ତା ଉପରେ ଉକ୍ତ ପୋଷ୍ଟର ଦୁଇଟି ରଖାଯାଇ ତା’ ପାର୍ଶ୍ବରେ ଛୋଟ ଛୋଟ ପଥର ଖଣ୍ଡ ରଖାଯାଇଛି । ଏହି ଦୁଇ ପୋଷ୍ଟରରେ ପୁଲିସ ଇନଫର୍ ମାନଙ୍କୁ ଚେତାବନୀ ଦିଆଯାଇ କୁହାଯାଇଛି ଯେ, ସେମାନେ ପାର୍ଟି ଓ ଲୋକଙ୍କ ଆଗକୁ ଆସି କ୍ଷମା ମାଗନ୍ତୁ, ନଚେତ ଲୋକଙ୍କ ଆଗରେ ବିଷ ଖାଇ ମରିବାକୁ ପଡିବ । ଏଥିରେ ଆହୁରି କୁହାଯାଇଛି ଯେ ସରକାର କଳାହାଣ୍ଡିର ଦଳିତ ଆଦିବାସୀ ଲୋକଙ୍କୁ ଟଙ୍କାର ପ୍ରଳୋଭନ ଦେଖାଇ ପୁଲିସ ଇନଫରମର୍ କରୁଛନ୍ତି । ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭୀମ ଦୋରା କୁ ହତ୍ୟା କରିବାର କାରଣ । ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ଲେଖାଯାଇଥିବା ଏହି ପୋଷ୍ଟର ରେ ଲେଖାଯାଇଛି ଯେ ୨୦୧୬ ମସିହାରେ ଭୀମା ଦୋରା ଜଣାଇଥିବା ଯୋଗୁଁ ପୋଲିସ ଗୁଣ୍ଡାରାଣୀ ପାହାଡର ମାଓ ଶିବିର ଉପରେ ଆକ୍ରମଣ କରିଥିଲା । ତେଣୁ ଭୀମା ଦୋରାକୁ ହତ୍ୟା କରାଗଲା ବୋଲି ଏଥିରେ ଲେଖାଯାଇଛି ।

Udyog Nursery
Udyogi Nursery

ଏଠାରେ ସୂଚନାଯୋଗ୍ୟ ଯେ ରବିବାର ଦିନ ଅପରାହ୍ନ ୧ ଘଣ୍ଟା ସମୟରେ ଲାଞ୍ଜିଗଡ ବ୍ଲକ ପାହାଡପଦର ପଞ୍ଚାୟତର ମାଳିପଡା ହାଟରେ ଠିକାଦାର ରାଜିନ୍ଦ୍ର ସାହୁଙ୍କୁ ହତ୍ୟା କରିଥିଲେ ମାଓବାଦୀ ଏହି ଘଟଣାର ୧୦ ଘଣ୍ଟା ପରେ ସେହି ରବିବାର ରାତିରେ ବାବୁପଦର ଗାଁର ଭୀମ ଦୋରାଙ୍କୁ ଗୁଳିକରି ମାରିଥିଲେ ମାଓବାଦୀ । ଭୀମ ଦୋରାକୁ ହତ୍ୟା କରିବାସହ ତା’ର ଶବ ପାଖରେ ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟରି ଏକ ପୋଷ୍ଟର ଦେଖିବାକୁ ମିଳିଖିଲା । ସେଥିରେ ମଧ୍ୟ ଭୀମ ଦୋରାକୁ ପୋଲିସ ଇନଫରମର୍ ଯୋଗୁଁ ହତ୍ୟା କରାଯାଇଥିବା ଲେଖାଯାଇଥିଲା ।

ଆଜି ମୁସାନାଲର ମାଓ ପୋଷ୍ଟରରେ ଭୀମ ଦୋରାକୁ ହତ୍ୟା କରିବାର କାରଣ ସ୍ପଷ୍ଟ ଭାବେ ଦେଖାଯାଉଛି ଓ ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ତାକୁ ହତ୍ୟା କରିଥିବା ସୂଚନା ଦେଇଛନ୍ତି । ଲାଞ୍ଜି ପଞ୍ଚାୟତର ମୂଖ୍ୟାଳୟ ମୁସାନାଲରେ ମାଓ ପୋଷ୍ଟର ଥିବାଦେଖି ଅଞ୍ଚଳବାସୀଙ୍କ ମନରେ ପୁଣି ଭୟର ବାତାବରଣ ଖେଳିଯାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.