ବଲାଙ୍ଗିରରେ ଭାରତୀୟ ମଜଦୁର ସଂଘର ୨୩ତମ ପ୍ରତିଷ୍ଠା ଦିବସ 

ବଲାଙ୍ଗିର,୨୩/୭ : ବଲାଙ୍ଗିର ଟାଉନ ହଲ ପରିସରରେ ଭାରତୀୟ ମଜଦୁର ସଂଘର ୨୩ତମ ପ୍ରତିଷ୍ଠା ଦିବସ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ନାଲକୋ କୋଷାଧ୍ୟକ୍ଷ ବାଦଲ ମହାରଣା, ଇଷ୍ଟକୋଷ୍ଟ ରେଲୱେ ଭେଣ୍ଡର ସଂଘ ସମ୍ବଲପୁରର ଜଗଦୀଶ ବିଶ୍ୱାଳ, ପଶ୍ଚିମ ଓଡ଼ିଶା କୋଶଳ କୋଡ଼ିନେଟର କମିଟିର ରବି ମିଶ୍ର, ଏଆଇଟିୟୁସି ଏବଂ ୟୁଟିୟୁବି ଚେଆରମେନ ବିଭୁଦତ୍ତ ମିଶ୍ର, ବଲାଙ୍ଗୀର ଜିଲ୍ଲାର କୃଷ୍ଣ ସାହୁ ଏଆଇଟିୟୁସି ସଭାପତି ପ୍ରମୂଖ ଯୋଗଦେଇଥିଲେ। ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଘ ସଂସ୍ଥା ମଧ୍ୟ ଯୋଗ ଦେଇଥିଲେ।

ଅଲ୍ ଓଡ଼ିଶା ମହିଳା ଅଙ୍ଗନୱାଡି  ସଂଘ, ଅଳ ଓଡ଼ିଶା ସୁପ୍ରଭାଇଜର ସଂଘ, ଓଡ଼ିଶା କୃଷି ଏବଂ ଗ୍ରାମୀଣ ଶ୍ରମିକ ସଂଘ, ଓଡ଼ିଶା କୋଠା ବାଡ଼ି ଏବଂ ଅନ୍ୟାନ୍ୟ ଶ୍ରମିକ ସଂଘ, ଭାରତୀୟ ପ୍ରତିରକ୍ଷା ଶ୍ରମିକ ସଂଘ, ସରକାରୀ କର୍ମଚାରୀ ସଂଘ, ଇଷ୍ଟ କୋଷ୍ଟ ରେଲୱେ ଠିକା ସଂଘ, ଆଶା କାର୍ଯ୍ୟରତ ସଂଘ, ଏବଂ ବଲାଙ୍ଗୀର ଜିଲ୍ଲା ମେଡିକାଲ ସଫେଇ କର୍ମଚାରୀ ସଂଘ ପ୍ରମୁଖ ଯୋଗ ଦେଇ ଆଜିର ଏହି ୨୩ତମ ପ୍ରତିଷ୍ଠା ଦିବସ କୁ ସଫଳ କରିଥିଲେ।

ତେବେ ଏଠି ଉପସ୍ଥିତ ଥିବା ଅତିଥି ବୃନ୍ଦ ଶ୍ରମିକଙ୍କ ଉପାଦେୟ ଗୁଡିକ କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏବଂ ଶ୍ରମିକ ଆମ ଦୈନିନ୍ଦିନ ଜୀବନରେ ମହତ୍ତ୍ଵ ଭୂମିକା ଗ୍ରହଣ କରିଥାନ୍ତି। ଯାହାକୁ ଆମେ ଅଣଦେଖା କରିପାରିବୁନି। ଯେଉଁଥିରେ ଆମେ ମଧ୍ୟ ଶ୍ରମିକଙ୍କ ପ୍ରତି ସହନଶୀଳତା ହେବା କଥା ଏବଂ ଏମାନଙ୍କ ସାହାଯ୍ୟ ସହଯୋଗ ପାଇଁ ଆମେ ମଧ୍ୟ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ପାଇଁ ଚେଷ୍ଟିତ ହେବା ବୋଲି ଅତିଥି ବୃନ୍ଦ ନିଜ ମତ ପ୍ରକାଶ କରିଥିଲେ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.