କୋକସରା ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ର ଉଦଯାପନି ସନ୍ଧ୍ୟାରେ ତାରକାଙ୍କ ସହ ନାଚି ଝୁମୀ ଅତିଥି ମାନେ ଗୁଡାହାଣ୍ଡି ମଞ୍ଚକୁ ପ୍ରଶଂସା କରି ଏ ହେଉଛି ସଂକଳ୍ପର ମଞ୍ଚ, ଏ ମଞ୍ଚ ଶାନ୍ତି ମୈତ୍ରୀ ଓ ଭାଇଚାରା ସୃଷ୍ଟି କରି ବ୍ଲକକୁ ଉନ୍ନତି ଦିଗରେ ଆଗେଇନେବାକୁ ସଂକଳ୍ପବଦ୍ଧ ହେବା ସହ ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଖରିଆର ବିଧାୟକ ଅଧୀରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦୁ ସିଂଦେଓ, ବିଡ଼ିଓ ଡ଼ଃ ହିମାଚଳ ମାଝୀ, କୋକସରା ଥାନାଧିକାରୀଣୀ ସ୍ନିଗ୍ଧାରାଣୀ ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ ସନ୍ଧ୍ୟାର ଷ୍ଟାର ନାଇଟରେ ଅମର ଦାସ ଓ ଅର୍ଚ୍ଚନା ପାଢ଼ୀଙ୍କ ଗୀତରେ ଦର୍ଶକ ବିଭୋର ହୋଇଥିବାବେଳେ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳର ଅନେକ ଲୋକକଳା ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ପଙ୍କଜମୁଖ ଚୌଧୁରୀ, କ୍ଷୀରସିନ୍ଧୁ ବାଣୁଆ, କୁସୁମଖୁଣ୍ଟି ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ସଞ୍ଜିବ କୁମାର ପାଢ଼ୀ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ। କୋକସରା ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ କମିଟି, ବ୍ଳକ ପ୍ରଶାସନ ଓ ସ୍ଥାନୀୟ ଲୋକେ ବିଶେଷ ସହଯୋଗ କରିଥିଲେ। ପୋଲିସ ପ୍ରଶାସନ, ଏନସିସି ଛାତ୍ରମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାକୁ ବିଶେଷ ଦୃଷ୍ଟି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.