କୋଶଳ ଉଚ୍ଚ ବିଦ୍ୟାଳୟରେ ରକ୍ତଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ବାମୀ ଵିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ସୋନପୁର କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ ଠାରେ ମେଗା ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ରାମ ପ୍ରସାଦ ସାହୁ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର୍ ସାମଲ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ମନୋରଞ୍ଜନ ତ୍ରୀପାଠୀ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରି ମାନପତ୍ର ପ୍ରଦାନ କରି ସମ୍ବର୍ଧିତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର୍ ସାହୁ ଅତିଥି ପରିଚୟ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ମିତାରାଣୀ ମିଶ୍ର ସଭା ସଂଯୋଜନା କରିଥିଲେ। ସଂପାଦକ ପିତାମ୍ବର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ରକ୍ତଦାନ ଓ ଶିବିର ଆୟୋଜନ କ୍ଷେତ୍ରରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଥିବା ପ୍ରେରଣାଦାୟୀ ମନୋଜ୍ ପଣ୍ଡା, ରକ୍ତ ଦାତା ଶ୍ରୀ ଦେଵରାଜ ଦାଶ, ରମିଲା ସାହୁ, ସୁଜାତା ନାୟକ, ପ୍ରତିଭା ନାୟକ, ଲକ୍ଷ୍ମୀ ସାହୁଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଡ଼ା ଚିତ୍ତ ରଞ୍ଜନ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟ ତଥା ଲେପ୍ରା ସୋସାଇଟି ସିଟି ସେଣ୍ଟର୍ ର କର୍ମଚାରୀ ଜଗାବଳିଆ, ମନୋଜ୍ ସାହୁ ଓ ଜିଲ୍ଲା ରକ୍ତ କେନ୍ଦ୍ରର ଜଗତ ଦରୁଆନ, ସୁଦାମ ବିଶ୍ଵାଳ, ସୁଶାନ୍ତ ସାହୁ, ଯୁଧିଷ୍ଟିର ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.