ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ପେଟ ପାଟଣା ପାଇଁ ଲୋକେ ଦାଦନ ଖଟିବାକୁ ଯାଉଥିବା କୁହାଯାଏ। କାମଧନ୍ଦା ଅନ୍ୱେଷଣରେ ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ଅନେକ ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥାନ୍ତି। ହେଲେ ପେଷାଦାର ଅପରାଧି ପୋଲିସଠୁ ବଞ୍ଚିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବାହାନା କରି ପଳାୟନ କରୁଛନ୍ତି। ଅପରାଧ ଘଟାଇବା ପରେ ଗିରଫ ଭୟରେ ଜୁଗୁରାଟ, କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟକୁ ଫେରାର ମାରୁଛନ୍ତି। ମାମଲା ଥଣ୍ଡା ପଡ଼ିବା ପରେ ପୁଣି ଫେରିଆସି ଅପରାଧ ଘଟାଇ ଫେରାର ମାରୁଛନ୍ତି। ସେହିପରି ସମାନ ଧରଣରେ ଗିରଫରୁ ବାର୍ତିବା ପାଇଁ ଦାଦନ ଆଳରେ ଫେରାର ଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ। ଗିରଫ ଅପରାଧିମାନେ ହେଲେ ବଲାଙ୍ଗିର ସହର ତୁଲସୀ ନଗର ପଡ଼ାର ମନୋଜ କଠାର୍, ରାଜୀବ ନଗରର ଚିଙ୍କୁ ବେହେରା ଓ ପିଣ୍ଟୁ ମାଝୀ। ସମସ୍ତ ଅଭିଯୁକ୍ତ ପେଷାଦାର ଅଭିଯୁକ୍ତ ଭାବେ ଚୋରୀ, ଲୁଟ୍ ଓ ଡ଼କାୟତି ମାମଲାରେ ସଂପୃକ୍ତ ଅଛନ୍ତି। ସୂଚନା ଗତ ବର୍ଷ ଏପ୍ରିଲ ମାସ ୨୫ ତାରିଖରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଦାବକାନି ଗ୍ରାମର ଲକ୍ଷ୍ମୀନାରାୟଣ ପୋଢ଼ଙ୍କ ଠାରୁ ଖୁଜେନ୍ ପାଲି ଛକ ନିକଟରୁ ଏହି ତିନି ଅଭିଯୁକ୍ତ ବାଇକ୍, ମୋବାଇଲ୍ ଫୋନ୍ ଓ ୩୫୦୦ ଟଙ୍କା ଲୁଟ୍ କରି ଫେରାର ମାରିଥିଲେ। ଲୁଟ୍ ର ଶିକାର ହୋଇଥିବା ଲକ୍ଷ୍ମୀନାରାୟଣ ସଦର ଥନାରେ ଏକ ମାମଲା ରୁଜୁ କରିଥଲେ। ଲକ୍ଷ୍ମୀନାରାୟଣଙ୍କ ଅଭିଯୋଗ ଆଧାର କରି ସଦର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଲୁଟେରା ମାନେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜାଣିବା ପରେ ତାମିଲନାଡ଼ୁ ଚମ୍ପଟ ମାରିଥିଲେ, ଯାହା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଶେଷରେ ଲୁଟେରା ମାନେ ତାମିଲନାଡ଼ୁରୁ ବଲାଙ୍ଗିର ଫେରୁଥିଲେ। ବଲାଙ୍ଗିର ରେ ପହଞ୍ଚି ବଲାଙ୍ଗିର ରେଳ ବିଭାଗରେ କାର୍ଯ୍ୟରତ ଜଣେ ଗ୍ୟାଙ୍ଗମ୍ୟାନ୍ ଙ୍କୁ ମାରପିଟ୍ ସହ ଧମକ ଚମକ୍ ଦେଇ ତାଙ୍କଠାରୁ ଜୋର୍ ଜବରଦସ୍ତ ୮୦ ହାଜର ଟଙ୍କା ନେଇଯାଇ ଥିଲେ। କର୍ମଚାରୀ ଜଣକ ବଲାଙ୍ଗିର ଜି.ଆର.ପି ଥାନାରେ ଅଭିଯୋଗ କରିଥିଲେ। ଗ୍ୟାଙ୍ଗମ୍ୟାନ୍ ଙ୍କୁ ଆକ୍ରମଣ ଘଟଣାର ତଦନ୍ତ ସମୟରେ ଅପରାଧି ମାନେ ସଇଁତଳା ର ଏକ ଜଙ୍ଗଲ ମଧ୍ୟରେ ଲୁଚିଥିବା ଜନିବାକୁ ପାଇଥିଲେ। ପୋଲିସ ସେଠାରେ ପହଞ୍ଚି ଅପରାଧି ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥଲା। ଆଗାରୁ ସେମାନଙ୍କୁ ନାଁରେ ୧୫ ରୁ ଅଧିକ ମାମଲା ରହିଥିବା ବଲାଙ୍ଗିର ସଦର ଏସଡିପିଓ ପ୍ରଦିପ କୁମାର ସାହୁ ସୂଚନା ଦେଇଛନ୍ତି।