ଟିକ୍ରାପଡ଼ାଠାରେ +୩ କଲେଜ ସ୍ଥାପନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ  ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଠାରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି | ଉକ୍ତ ବିଦ୍ୟାଳୟରେ ଅଞ୍ଚଳର ପିଲାଏ +୨ ପଢିଥାନ୍ତି | ତେବେ ଟିକ୍ରାପଡ଼ାରେ +୩ କଲେଜ ନ ଥିବାରୁ ଏହି ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ହେତୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହିଥାନ୍ତି | ସେମାନଙ୍କ ଉଚ୍ଚଶିକ୍ଷା ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଏ | ପିଲାଙ୍କୁ +୩ ପଢିବାକୁ ଟିକ୍ରାପଡ଼ା ଠାରୁ ୩୦ ରୁ ୬୦ କିଲୋମିଟର ଦୂରରେ ରହିଥିବା ବିଭିନ୍ନ କଲେଜ ଉପରେ ନିର୍ଭର କରିବାକୁ ପଡ଼େ | ଉଚ୍ଚଶିକ୍ଷା ପାଇଁ ସେମାନେ ବହୁ ଖର୍ଚ୍ଚାନ୍ତ ହେବା ସହ ଅନେକ ହଇରାଣର ସମ୍ମୁଖୀନ ହୋଇଥାନ୍ତି | ଏହି ପରିପ୍ରେକ୍ଷୀରେ ଟିକ୍ରାପଡ଼ା ଠାରେ +୩ କଲେଜ ସ୍ଥାପନ ନେଇ ପଦକ୍ଷେପ ନେବା ଦାବିରେ ଟିକ୍ରାପଡ଼ା ଅଞ୍ଚଳବାସୀ ସଇଁନ୍ତଳା ଠାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ସୂର୍ଯ୍ୟବଂଶୀ ସୁରଜଙ୍କୁ ସୋମବାର ଭେଟି ଦାବିପତ୍ର ପ୍ରଦାନ କରିଥିଲେ | ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦାବିପତ୍ର ଗ୍ରହଣ କରି ଟିକ୍ରାପଡ଼ା ଠାରେ +୩ କଲେଜ ସ୍ଥାପନ ନେଇ ଆବଶ୍ୟକ ପଦକ୍ଷେପ ନିଶ୍ଚିତ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ | ମନ୍ତ୍ରୀଙ୍କ ପ୍ରତିଶୃତି ପ୍ରଦାନ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି | ଭାରତୀୟ କିସାନ ସଂଘର ରାଜ୍ୟ ସମ୍ପାଦକ ମୋହନ ନାଏକ, ପୂର୍ବତନ ଝିଙ୍କିଡୁଙ୍ଗୁରି ସରପଞ୍ଚ ତୃତୀୟା ପଧାନ, ଲକ୍ଷ୍ମଣ ବଗର୍ତ୍ତୀ, ଘୁନୁ ମହାକୁର, କ୍ଷମା ପୁଟେଲ, ବିଦୁର କରନ, ସୁବ୍ରତ ମହାକୁର, ଆର୍ତ୍ତ ପୁଟେଲ, ରତି ରାଜପଲିଆ, ଭୂପେନ୍ଦ୍ର ବାଗ, ପ୍ରକାଶ ବଗର୍ତ୍ତୀ, ନିମେଇ ବାଗ, ରାମଚନ୍ଦ୍ର କାଲସାଏ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.