ବ୍ରଜବିହାରରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ହୋଇଛି।

ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଗୁରୁଜୀ ଜୟରାମ ସାହୁ ଏବଂ ଶିଶୁଭାଇ ଭଉଣୀଙ୍କ ଦ୍ୱାରା ସଂଗୀତ ପରିବେଷଣ ହୋଇଥିଲା।

ନେତାଜୀଙ୍କ ଜୀବନତତ୍ତ୍ୱ କହିଥିଲେ ରଶ୍ମିତା ପଣ୍ଡା ଗୁରୁମା, ନରୋତ୍ତମ ସ୍ୱାଇଁ ଓ ସୁଶାନ୍ତ ବାରିକ ଉଭୟ ସଂଗ୍ରାମୀଙ୍କ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ। ଶିଶୁ ସଂକଳ୍ପ ଅଚାରୀ ଓ ଅନନ୍ୟା ମିଶ୍ର ଦିବସ କୁ ନେଇ କଥା ରଖିଥିଲେ। ଶିଶୁମନ୍ଦିର ପ୍ରମୁଖ ମନୋଜ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.