ଲାଲମନି କ୍ରିକେଟ ଅନ୍ତିମ କ୍ୱାଟର ଫାଇନାଲରେ ଭାଇଜାଗ ବିଜୟୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ୩୬ ତମ ସର୍ବଭାରତୀୟ ଲାଲମନି କ୍ରିକ୍ ଫେଷ୍ଟ୍ ବି ପୁଲର ଅନ୍ତିମ କ୍ଵାଟର ଫାଇନାଲ ମ୍ୟାଚରେ ଭାଇଜାଗ ଦଳ ଦିଲ୍ଲୀ ବିରୁଦ୍ଧରେ ଉଭୟ ଟି-ଟ୍ୱେଣ୍ଟି ଓ ଟି-ଟେନ ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ କୋଡ଼ିଏ ଓଭର ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଭାଇଜଗ ଦଳକୁ ୧୫୧ ରନ୍ ଟାର୍ଗେଟ ଦେଇଥିବା ବେଳେ ଭାଇଜାଗ ଦଳ ୧୫.୨ ଓଭରରେ ଲକ୍ଷ୍ୟ ହାସଲ କରି ମ୍ୟାଚ ବିଜୟୀ ହୋଇଥଲା। ଟି-ଟେନ ଫର୍ମାଟ ମ୍ୟାଚରେ ପୁଣି ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରି ୯୨ ରନ୍ ଟାର୍ଗେଟ ଭାଇଜାଗ ଦଳ ସମ୍ବୁଖରେ ରଖିଥିଲା ବେଳେ ଭାଇଜାଗ ଦଳ କିନ୍ତୁ ୯.୫ ଓଭରରେ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇ ଟୁର୍ଣ୍ଣlମେଣ୍ଟ ସେମି ଫାଇନାଲ ଜାଗାକୁ ପକ୍କା କରିଥିଲା। ଶ୍ରେଷ୍ଠ ଖେଳାଳି ଭାବେ ଭାଇଜାଗ ଦଳର ଟି. ସାଇ ଙ୍କୁ ଆଜିର ଅତିଥି ପ୍ଲାବନ ମହାପାତ୍ର ଓ ରୂପେଶ ଅଗ୍ରୱାଲଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଓସିଏ ପ୍ୟାନେଲ ଅମ୍ପାୟାର ଶ୍ୟାମ ସୁନ୍ଦର୍ ପଣ୍ଡା, ସତ୍ୟ ପ୍ରାସାଦ ରଥ ଖେଳ ପରିଚାଳନା କରିଥିବା ବେଳେ ପ୍ରଦୀପ୍ତ ସେଠି, ବିଶ୍ବନାଥ ନାଏକ, ଦିନେଶ ଘିବିଲା ସ୍କୋରର ଥିଲେ। ବି. ଏସ ରାଓ, ଅଚ୍ୟୁତ ମିଶ୍ର, ପାର୍ଥ ସାରଥି ଦାଶ, ପ୍ରକାଶ ପାତ୍ର ପ୍ରମୁଖ ଖେଳର ପ୍ରତ୍ୟେକ୍ଷ ଧାରା ବିବରଣୀ ପ୍ରଦାନ୍ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.